Categories: ଫୁରସତ

ଝିଅ ନାଁର ଟାଟୁ କରି ରେକର୍ଡ

ବାପ ଝିଅର ସମ୍ପର୍କ ଖୁବ୍‌ ମଧୁର। ବାପା ପାଇଁ ଝିଅ କୁନି କଣ୍ଢେଇ ହୋଇଥିବାବେଳେ ଝିଅ ପାଇଁ ବାପା ସୁପର୍‌ ହିରୋ। ସବୁ ବାପା ନିଜ ଝିଅକୁ ଜୀବନଠୁ ବି ବେଶି ଭଲ ପାଆନ୍ତି। ଏମିତିକି ଝିଅ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ୟୁକେର ଜଣେ ବାପା ବି ସେହିଭଳି ନିଜ ଝିଅକୁ ଏତେ ଭଲ ପାଆନ୍ତି ଯେ, ତା’ ନାଁର ଟାଟୁ ଦେହରେ ଖୋଦେଇ କରି ରେକର୍ଡ କରିଛନ୍ତି। ସେ ହେଲେ ମାର୍କ ଓଓ୍ବେନ ଉଭାନ୍ସ। ମାର୍କଙ୍କ ଝିଅର ନାମ ଲୁସି। ସେ ନିଜ ଝିଅକୁ ବହୁତ ଭଲ ପାଆନ୍ତି। ତେଣୁ ପ୍ରଥମେ ତା’ ନାଁକୁ ପିଠିରେ ୨୬୭ ଥର ଖୋଦେଇ ଟାଟୁ କରାଇଥିଲେ। ସେଥିପାଇଁ ତାଙ୍କ ନାଁ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଥିଲା। ତେବେ ୨୦୨୦ରେ ଅନ୍ୟ ଜଣେ ବ୍ୟକ୍ତି ଗୋଟିଏ ନାଁକୁ ୩୦୦ ଥର ଶରୀରରେ ଟାଟୁ କରି ତାଙ୍କ ରେକର୍ଡ ଭାଙ୍ଗିଦେଲେ। ତେଣୁ ନିଜ ରେକର୍ଡ ପୁଣି ଥରେ ଫେରି ପାଇବା ଲାଗି ମାର୍କ ନିଜ ଦୁଇଗୋଡରେ ଦୁଇ ଶହ ଦୁଇ ଶହ କରି ୪୦୦ ଟି ଝିଅ ନାଁର ଟାଟୁ କରାଇଲେ। ଫଳରେ ତାଙ୍କ ଶରୀରରେ ସର୍ବମୋଟ ୬୬୭ଟି ଝିଅ ଲୁସି ନାଁର ଟାଟୁ ହେଲା। ଆଉ ସେ ପୁଣି ଥରେ ଗୋଟିଏ ନଁାର ସର୍ବାଧିକ ଟାଟୁ କରିବାର ରେକର୍ଡ କରିବାରେ ସଫଳ ହେଲେ।

Share