ବେଙ୍ଗାଲୁରୁ,୨୨ା୫: ଜଣାଶୁଣା ହୃଦ୍ରୋଗ ବିଶେଷଜ୍ଞ ଡକ୍ଟର ସିଏନ ମଞ୍ଜୁନାଥ ଚେତାବନୀ ଦେଇଛନ୍ତି ଯେ, ଭାରତରେ ୨୦୩୦ ସୁଦ୍ଧା ବିଶ୍ୱରେ ସର୍ବାଧିକ ହୃଦ୍ଘାତ ଜନିତ ମୃତ୍ୟୁ ରେକର୍ଡ କରିବ। ଜୟଦେବ ଇନ୍ଷ୍ଟିଚ୍ୟୁଟ୍ ଅଫ କାର୍ଡିଓ ଭାସ୍କୁଲାର୍ ସାଇନ୍ସ ଏବଂ ରିସର୍ଚ୍ଚ ହେଲ୍ଥ ମେଡିକନ ୨୦୨୨’ ବିଷୟବସ୍ତୁ ଉପରେ ଡାକ୍ତରଙ୍କ ପାଇଁ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଏହା ପ୍ରକାଶ କରିଛନ୍ତି। ଚାପକୁ ପରିଚାଳନା କରିବା ସହିତ ଏହି ବିପଦ ପ୍ରତିହତ ପାଇଁ ସେ ଏକ ସମନ୍ବିତ ଆଭିମୁଖ୍ୟ ଆହ୍ବାନ ଦେଇଛନ୍ତି। ଏଥିରେ ସୁସ୍ଥ ଜୀବନଶୈଳୀ ଅଭ୍ୟାସ ବିକାଶ ନିହାତି ଜରୁରୀ ବୋଲି କହିଛନ୍ତି।
ସେ କହିଛନ୍ତି, ଯୁବକ ଏବଂ ମଧ୍ୟବିତ୍ତ ଲୋକଙ୍କ ମଧ୍ୟରେ ହୃଦ୍ଘାତ ସମସ୍ୟା ବଢୁଛି। ଯାହାକି ଚିନ୍ତାଜନକ ଅଟେ। ଦୁଇ ଦିନିଆ ସମ୍ମିଳନୀ (ମେ ୨୧-୨୨) ହାଲ୍ର ଡାକ୍ତରମାନଙ୍କୁ ପୁନର୍ଗଠନ, ଧାରଣା ବିନିମୟ ଏବଂ ଗଭୀର ଅନୁସନ୍ଧାନର ଏକ୍ସପୋଜର୍ କରିବାକୁ ସକ୍ଷମ କରିଥିଲା। ଯାହା ହାଲ୍ର ସିଏମ୍ଡି ଆର୍ ମାଧବନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା।
ବିପଦପୂର୍ଣ୍ଣ ବାୟୁ ପ୍ରଦୂଷଣ ମଧ୍ୟ ହୃଦ୍ଘାତର କାରଣ ହୋଇପାରେ ବୋଲି ସେ କହିଛନ୍ତି।
ଦେଶର ଅନେକ ସହରରେ ବାୟୁ ଗୁଣବତ୍ତା ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକୀୟ ହାର୍ଟ ଆସୋସିଏଶନର ଜର୍ନାଲ ସର୍କୁଲେସନ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣର ଶିକାର ହେବା ପରେ ଜଣେ ବ୍ୟକ୍ତି ଏକ ଘଣ୍ଟା ମଧ୍ୟରେ ହୃଦ୍ଘାତର ଶିକାର ହୋଇପାରନ୍ତି। ଚାରୋଟି ସାଧାରଣ ବାୟୁ ପ୍ରଦୂଷଣକାରୀଙ୍କ ଉପସ୍ଥିତି, ଯଥା ସୂକ୍ଷ୍ମ କଣିକା ପଦାର୍ଥ, ନାଇଟ୍ରୋଜେନ ଡାଇଅକ୍ସାଇଡ, ସଲଫର୍ ଡାଇଅକ୍ସାଇଡ ଏବଂ କାର୍ବନ ମନୋକ୍ସାଇଡ ଶୀଘ୍ର ତୀବ୍ର କରୋନାରୀ ସିଣ୍ଡ୍ରୋମ (ଏସିଏସ୍) ସୃଷ୍ଟି କରିପାରେ। ଅଧ୍ୟୟନ ଅନୁଯାୟୀ, ବାୟୁ, ପ୍ରଦୂଷଣର ସବୁଠାରୁ ବଡ଼ କାରଣ ହେଉଛି ରାସ୍ତା, ବୈଦ୍ୟୁତିକ ଉପକରଣ ଏବଂ ନିର୍ମାଣ ସ୍ଥାନ ଉପରେ ଯାଉଥିବା ଗାଡ଼ରୁ ଧୂଳି ଉଡ଼ିିବା। ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ, ବାୟୁ ପ୍ରଦୂଷଣ ହେତୁ ସାରା ବିଶ୍ୱରେ ୪୨ ଲକ୍ଷ ଲୋକଙ୍କର ମୃତୁ ହୋଇଛି।
ମହିଳାମାନେ ପୁରୁଷଙ୍କ ଅପେକ୍ଷା ରାତିରେ ହୃଦ୍ଘାତର ଆଶଙ୍କା ଅଧିକ ଥାଏ। ମହିଳାମାନେ ଶୋଇବା ସମୟରେ ହୃଦ୍ଘାତ ହେତୁ ରାତିରେ ମୃତ୍ୟୁ ହେବାର ସମ୍ଭାବନା ଅଧିକ।
ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି, ରୋଗୀମାନେ ବିଳମ୍ବିତ ରାତିରେ ଆରାମଦାୟକ ଅବସ୍ଥାରେ ରୁହନ୍ତି। ଏହି ସମୟରେ ମେଟାବୋଲଜିିମ୍, ହୃଦ୍ସ୍ପନ୍ଦନ ଏବଂ ରକ୍ତଚାପ କମିଯାଏ। ଫଳରେ ରାତିରେ ହଠାତ୍ ହୃଦ୍ଘାତ ହେତୁ ରୋଗୀର ମୃତ୍ୟୁ ଘଟିଥାଏ।