ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ ହେବା ପରେ ବର୍ତ୍ତମାନ ଭାରତରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆଇଟି କମ୍ପାନୀଗୁଡ଼ିକ ୧ ହଜାରରୁ ଅଧିକ କର୍ମଚାରୀ ଛଟେଇ କରିଛନ୍ତି। ଦେଶର ତିନୋଟି ବଡ଼ ଆଇଟି କମ୍ପାନୀ ଟିସିଏସ୍‌, ଇନ୍‌ଫୋସିସ ଏବଂ ୱିପ୍ରୋ ମାର୍ଚ୍ଚ ତ୍ରୈମାସିକ ପାଇଁ ଆର୍ଥିକ ଫଳାଫଳ ପ୍ରକାଶ କରିଛନ୍ତି। ଏଥିରେ ପ୍ରକାଶ ପାଇଛି ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ ସେମାନେ ପ୍ରାୟ ୬୪ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ପ୍ରଥମ ଥର ପାଇଁ ବୃହତ୍‌ ଆଇଟି କମ୍ପାନୀଗୁଡ଼ିକ ଗୋଟିଏ ଆର୍ଥିକ ବର୍ଷରେ ଏତେ ପରିମାଣରେ ସେମାନଙ୍କର କର୍ମଚାରୀ ହ୍ରାସ କରିଛନ୍ତି। ସର୍ବବୃହତ ଆଇଟି ସଂସ୍ଥା ତଥା ଦେଶର ଦ୍ୱିତୀୟ ବୃହତ୍ତମ ତାଲିକାଭୁକ୍ତ କମ୍ପାନୀ ଟିସିଏସ୍‌ ମାର୍ଚ୍ଚ ତ୍ରୈମାସରେ ୧,୭୫୯ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଥିବାବେଳେ ସମଗ୍ର ଆର୍ଥିକ ବର୍ଷରେ ଟିସିଏସ୍‌ କର୍ମଚାରୀଙ୍କ ସଂଖ୍ୟା ୧୩,୨୪୯ ହ୍ରାସ ପାଇଛି। ସେହିଭଳି ଇନ୍‌ଫୋସିସ୍‌ ଏହି ଅବଧି ମଧ୍ୟରେ ୫,୪୨୩ କର୍ମଚାରୀ ଏବଂ ସମଗ୍ର ଆର୍ଥିକ ବର୍ଷରେ ୨୫,୯୯୪ କର୍ମଚାରୀଙ୍କୁ ଛଟେଇ କରିଛି। ୱିପ୍ରୋ ତ୍ରୈମାସିକରେ ୬,୧୮୦ ଏବଂ ସମଗ୍ର ଆର୍ଥିକ ବର୍ଷରେ ୨୪,୫୧୬ କର୍ମଚାରୀ ଛଟେଇ କରିଛି। ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ବଡ଼ ବଡ଼ ଆଇଟି କମ୍ପାନୀର କର୍ମଚାରୀଙ୍କ ସଂଖ୍ୟାରେ ଏକ ବଡ଼ ହ୍ରାସ ଘଟିଛି। ଆର୍ଥିକ ବର୍ଷ ଶେଷ ହେବା ପରେ ଟିସିଏସ୍‌ର ମୋଟ କର୍ମଚାରୀଙ୍କ ସଂଖ୍ୟା ୬ ଲକ୍ଷ ୧ ହଜାର ୫୪୬ କୁ ଖସି ଆସିଛି। ସେହିଭଳି ବର୍ତ୍ତମାନ ଇନ୍‌ଫୋସିସରେ ମୋଟ କର୍ମଚାରୀଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୨୪୦ ଥିବାବେଳେ ୱିପ୍ରୋର ମୋଟ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। କର୍ମଚାରୀଙ୍କ ସଂଖ୍ୟା କମିବା ସହ ଚଳିତ ଆର୍ଥିକ ବର୍ଷର ପ୍ରଦର୍ଶନ ନିରାଶଜନକ ଅଟେ। ଗତ ଆର୍ଥିକ ବର୍ଷରେ ମଧ୍ୟ ଆଇଟି କମ୍ପାନୀଗୁଡ଼ିକ ସମାନ ପରିସ୍ଥିତି ଦେଇ ଗତି କରିଥିବାବେଳେ ଆସନ୍ତା ବର୍ଷ ପାଇଁ କମ୍ପାନୀଗୁଡ଼ିକର ସମାନ ସ୍ଥିତି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri