ଖୁସିଖବର ରାଜ୍ୟରେ ୧୩୭୫ଟି ପିଜିଟିଙ୍କୁ ମିଳିବ ନିଯୁକ୍ତି: ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨।୧: ରାଜ୍ୟରେ ୧୩୭୫ଟି ପିଜିଟି (Post Graduate Teacher) ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି। ଏଥିନିମନ୍ତେ ରାଜ୍ୟ ସରକାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହା ବର୍ତ୍ତମାନ ଚାଲୁ ରହୁଛି। ଆବେଦନର ଶେଷ ତାରିଖ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।
ଇଚ୍ଛୁକ ପ୍ରାର୍ଥୀ ଓପିଏସ୍‌ସିର ଅଫିସିଆଲ ୱେବସାଇଟ www.opsc.gov.in.ରେ ଏହି ଆବେଦନ କରି ପାରିବେ। ସମୁଦାୟ ପଦବୀ ସଂଖ୍ୟା-୧୩୭୫ ଥିବାବେଳେ
ମହିଳା ସଂରକ୍ଷଣ ପଦ -୪୬୧ ରହିଛି। ଏହି ପଦ ନିମନ୍ତେ ପ୍ରାର୍ଥୀମାନେ ମାଷ୍ଟର ଡିଗ୍ରୀ, ବିଏଡ ଓ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା ବା ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
ଇଚ୍ଛୁକ ପ୍ରାର୍ଥୀଙ୍କ ବୟସସୀମା ୨୧ରୁ ୩୮ ମଧ୍ୟରେ ହୋଇଥିବା ଆବଶ୍ୟକ । ଏ ନେଇ କଣସି ଆବେଦନ ଫି ଲାଗୁ କରାଯାଇ ନାହିଁ। ଅର୍ଥାତ ପ୍ରାର୍ଥୀମାନେ ସମ୍ପୂର୍ଣ୍ଣ ମାଗଣାରେ ଆବେଦନ କରି ପାରିବେ।

Share