ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ସଚିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କେନ୍ଦ୍ର ସରକାର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବୟନ ଶିଳ୍ପ ମନ୍ତ୍ରଣାଳୟର ଉନ୍ନୟନ କମିଶନର(ହସ୍ତତନ୍ତ) ଥିବା ବରିଷ୍ଠ ଆଇଏଏସ୍‌ ଅଫିସର ସଞ୍ଜୟ ରାସ୍ତୋଗୀଙ୍କୁ ରସାୟନ ଓ ସାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ପରିଚାଳନା ନିର୍ଦ୍ଦେଶକ ଥିବା ପ୍ରମୋଦ ମେହେର୍ଦ୍ଦାଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଜାତୀୟ ନିଯୁକ୍ତି ସଂସ୍ଥାର ସଚିବ ସଞ୍ଜୀବ କୁମାର ମିଶ୍ରଙ୍କୁ ମଧ୍ୟ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।

Share