ଆଖିବୁଜି ଅତିଥି ଶିକ୍ଷକ ନିଯୁକ୍ତି

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ନକଲି ଶିକ୍ଷକ ନିଯୁକ୍ତି ବରଗଡ଼ ଜିଲାରେ ହଇଚଇ ସୃଷ୍ଟି କରିଛି। ପ୍ରସଙ୍ଗ ନୂଆ ନ ହେଲେ ମଧ୍ୟ ଏହାକୁ ନେଇ ଜିଲା ଶିକ୍ଷା ବିଭାଗ ଉଠୁଛି ଓ ପଡ଼ୁଛି। ଜିଲାସାରା ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଆଲୋଡ଼ନ ସୃଷ୍ଟି କରିଛି। ନକଲି ଶିକ୍ଷକଙ୍କ ହାତରେ ପିଲାଙ୍କ ଭବିଷଧ୍‌ୟତ ଲଦି ଦେବାକୁ ଅଭିଭାବକମାନେ ମଧ୍ୟ ଚାହୁଁ ନାହାନ୍ତି। ଏ ନେଇ ଜିଲା ଅଭିଭାବକ ସଂଘ ଜିଲା ଶିକ୍ଷା ଅଧିକାରୀଙ୍କୁ ଫେରାଦ ହୋଇ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛି। ଅଭିଯୋଗ ପାଇବା ପରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଜିଲାର କେତେକ ନିର୍ଦ୍ଦିଷ୍ଟ ବ୍ଲକରେ କାର୍ଯ୍ୟରତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ବିଭିନ୍ନ ପ୍ରମାଣପତ୍ର ଆଦି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟ କେତେକ ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ବ୍ଲକର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷକମାନଙ୍କୁ ଯାଞ୍ଚ ନେଇ ଏକ ଚିଠି ଇସୁ କରି ହାତବାନ୍ଧି ବସିଛନ୍ତି। ସେହିପରି କେତେକ ବ୍ଲକ ଶିକ୍ଷା ଅଧିକାରୀ ପ୍ରମାଣପତ୍ର ଯାଞ୍ଚ ପାଇଁ ଏପର୍ଯ୍ୟନ୍ତ ଏଥିରୁ ସେମାନଙ୍କ କାର୍ଯ୍ୟଦକ୍ଷତା ପଦାରେ ପଡ଼ିଥିବାବେଳେ ସେମାନଙ୍କ ଭୂମିକାକୁ ନେଇ ମଧ୍ୟ ନାନା ସନ୍ଦେହ ଉପୁଜିଛି। ତେବେ ଜିଲାରେ ଏଭଳି ନକଲି ଶିକ୍ଷକ ନିଯୁକ୍ତି ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଚଳିତ ମାସରେ ଜିଲାର ବିଭିନ୍ନ ବିଦ୍ୟାଳୟରେ ଅତିଥି ଶିକ୍ଷକ ନିଯୁକ୍ତିରେ ସ୍ବଚ୍ଛତା ନେଇ ଜିଲା ଶିକ୍ଷା ବିଭାଗ ପୁଣି ପ୍ରଶ୍ନଘେରକୁ ଆସିଛି।
ଅତିଥି ଶିକ୍ଷକ ନିଯୁକ୍ତିରେ ଅବସରପ୍ରାପ୍ତ ଶିକ୍ଷକ(ବୟସ ୬୫ବର୍ଷ ମଧ୍ୟରେ ସୀମିତ)ଙ୍କୁ ନିଯୁକ୍ତି ଦେବାର ପ୍ରାବଧାନ ରହିଛି। କିନ୍ତୁ ନକଲି ଶିକ୍ଷକ ନିଯୁକ୍ତି ପ୍ରସଙ୍ଗକୁ ନେଇ ଜିଲା ଉଠୁଥିବା, ପଡ଼ୁଥିବାବେଳେ ୨ଯୁବତୀ, ଯୁବକଙ୍କୁ ଅତିଥି ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ ନିଯୁକ୍ତି ଦେବା ଏବଂ ଅଭିଯୋଗ ହେବା ପରେ ସେମାନଙ୍କ ନିଯୁକ୍ତି ବାତିଲ କରାଯିବା ଘଟଣାରୁ ଜିଲା ଶିକ୍ଷା ବିଭାଗର ଅସଲି ମୁଖା ଖୋଲି ଯାଇଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କୁ ପଚାରିବାରୁ ସେ କହିଥଲେ, ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ସେଭଳି କିଛି ଅନିୟମିତତା ହୋଇନାହିଁ। ଭୁଲକ୍ରମେ ସେଭଳି ୨ଜଣ ଯୁବତୀ, ଯୁବକଙ୍କୁ ନିଯୁକ୍ତି ଦିଆଯାଇଥିଲା, ଜାଣିବା ପରେ ତତ୍କାଳ ସେମାନଙ୍କ ନିଯୁକ୍ତିକୁ ବାତିଲ କରି ଦିଆଯାଇଛି ବୋଲି ସେ କହିଥିଲେ। ଏଥିରୁ ଅତିଥି ନିଯୁକ୍ତି ପ୍ରକ୍ରିୟାରେ ବିଭାଗୀୟ କର୍ତ୍ତୃପକ୍ଷ କିଭଳି ଖାମଖିଆଲି ଭାବେ ଆବେଦନକାରୀଙ୍କ ଉର୍ଦ୍ଦିଷ୍ଟ ପ୍ରମାଣପତ୍ର ଯାଞ୍ଚ କରିଥିବେ ନା ଏହାପଛରେ ଅନ୍ୟ ରହସ୍ୟ ରହିଛି, ତାହା ସହଜରେ ଅନୁମେୟ। ଅତିଥି ଶିକ୍ଷକ ନିଯୁକ୍ତି ସମୟରେ ଯଦି ଜିଲା ଶିକ୍ଷା ବିଭାଗ ଏଭଳି ଭୁଲ କରୁଛି, ତେବେ ନକଲି ଶିକ୍ଷକ ନିଯୁକ୍ତି ଯାଞ୍ଚ ପ୍ରକ୍ରିୟାରେ ଏହି ବିଭାଗର କାର୍ଯ୍ୟକଳାପରେ କେତେ ସ୍ବଚ୍ଛତା ରହିବ, ତାହା ଯାଞ୍ଚ ପ୍ରକ୍ରିୟା ସରିବା ପରେ ଜଣାପଡ଼ିବ। ତେବେ ଏ ନେଇ ଜିଲା ଶିକ୍ଷା ଅଧିକାରୀ ଛତ୍ରୀ କହିଛନ୍ତି, ଏହି ଯାଞ୍ଚ ପ୍ରକ୍ରିୟା ଦୀର୍ଘମିଆଦୀ। ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଡିଗ୍ରୀ ପ୍ରମାଣପତ୍ରର ଯାଞ୍ଚ ରିପୋର୍ଟ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ମଗାଯିବ ଏବଂ ସେହି ଯାଞ୍ଚ ରିପୋର୍ଟକୁ ଆଧାର କରି କାର୍ଯାନୁଷ୍ଠାନ ନିଆଯିବ। ମିଳିଥିବା ସୂଚନା ଅନୁଯାୟୀ, ଜିଲାର ବିଭିନ୍ନ ବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ, ଜିଲାରେ ୧୧୪ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଥିଲା। ତେବେ ଅତିଥି ଶିକ୍ଷକ ନିଯୁକ୍ତି ଗାଇଡ୍‌ଲାଇନ ଅନୁଯାୟୀ, କେବଳ ଅବସରପ୍ରାପ୍ତ ଶିକ୍ଷକ, ଯାହାଙ୍କ ବୟସ ୬୫ବର୍ଷ ଅତିକ୍ରାନ୍ତ କରି ନ ଥିବ, ସେମାନେ ଏହି ପଦବୀ ପାଇଁ ଯୋଗ୍ୟ ଅଟନ୍ତି ଏବଂ ସେମାନଙ୍କ ନିଯୁକ୍ତି ସ୍ଥାୟୀ ମଧ୍ୟ ନୁହେଁ। ନିଯୁକ୍ତ ଅତିଥି ଶିକ୍ଷକଙ୍କ ମାସିକ ଦରମା ୧୨ହଜାର ଟଙ୍କା ରହିଥିବାବେଳେ ମାସିକ ସେମାନଙ୍କ କାର୍ଯ୍ୟ ଦିବସ ଅତିକମ୍‌ରେ ୨୦ଦିନ(ଛୁଟିଦିନ ବ୍ୟତୀତ) ଧାର୍ଯ୍ୟ କରାଯାଇଛି। ଏହାକୁ ଭିତ୍ତି କରି ଜିଲା ଶିକ୍ଷା ବିଭାଗ ଗତ ୧୮ତାରିଖ ୧୦୯ଜଣଙ୍କୁ ଅତିଥି ଭାବେ ନିଯୁକ୍ତି ଦେଇଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ଗତ ୧୮ତାରିଖ ଜିଲା ଶିକ୍ଷା ନିଯୁକ୍ତି ଆଦେଶ ଜାରି କରିଥିବାବେଳେ ଉକ୍ତ ଦିନ ହିଁ ନିର୍ଦ୍ଧାରିତ ବିଦ୍ୟାଳୟରେ ଯୋଗଦାନ ପାଇଁ ସମ୍ପୃକ୍ତ ଅତିଥି ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲା। ସେହିପରି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ଶିକ୍ଷକମାନେ ହିଁ କେବଳ ଅତିଥି ଶିକ୍ଷୟିତ୍ରୀ, ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ହୋଇଥିବାବେଳେ ସରକାରୀ ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ କେବେ କୌଣସି ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରି ନ ଥିବା ୨ଯୁବତୀ, ଯୁବକଙ୍କୁ ଅତିଥି ଶିକ୍ଷକଭାବେ ନିଯୁକ୍ତି ମିଳିଥିଲା। ତେବେ ସମ୍ପୃକ୍ତ ଯୁବତୀ, ଯୁବକ ସେମାନଙ୍କ ପାଇଁ ନିର୍ଦ୍ଦାରିତ ବିଦ୍ୟାଳୟକୁ ଯୋଗଦାନ କରିବାକୁ ଯିବାବେଳେ ସେମାନେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକଙ୍କ ହାତରେ ଧରାପଡ଼ିଥିଲେ ଏବଂ ଏ ନେଇ ଅଭିଯୋଗ ହେବା ପରେ ଜିଲା ଶିକ୍ଷା ଅଧିକାରୀ ଉଭୟଙ୍କ ନିଯୁକ୍ତିକୁ ବାତିଲ କରିଥିଲେ। ଅନ୍ୟପଟେ ଏପର୍ଯ୍ୟନ୍ତ ୧୦୫ ଅତିଥି ଶିକ୍ଷୟିତ୍ରୀ, ଶିକ୍ଷକ ଯୋଗଦାନ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri