ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ନିଯୁକ୍ତି

ଭୁବନେଶ୍ୱର,୩୦।୫ (ଅଭୟ ଦାଶ): ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡ୍‌ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ଦକ୍ଷ’ ଜରିଆରେ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଉଛି। ଏପରିକି କମ୍ପାନୀର ଦକ୍ଷ କାର୍ଯ୍ୟକ୍ରମ ଅନୁଯାୟୀ ଜାତୀୟ ଦକ୍ଷତା ବିକାଶ ନିଗମ ସହାୟତାରେ କେନ୍ଦ୍ରାପଡ଼ାଠାରେ ଏକ ଡିଜିଟାଲ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲାବେଳେ ସ୍ଥାନୀୟ ଯୁବତୀଯୁବକମାନେ ଏହି କେନ୍ଦ୍ରରୁ ନିଯୁକ୍ତିଭିତ୍ତିକ ଆଇଟି-ଆଇଟିଇଏସ୍‌ ତାଲିମ ସଫଳତାର ସହ ଗ୍ରହଣ କରିଛନ୍ତି। ସେହିଭଳି ପ୍ରଥମ ବ୍ୟାଚ୍‌ରେ ତାଲିମପ୍ରାପ୍ତ ୧୦୦ ଯୁବତୀଯୁବକଙ୍କ ମଧ୍ୟରୁ ୮୫ଜଣ ୱିପ୍ରୋ,ଟେକ୍‌-ମହିନ୍ଦ୍ରା,ଫ୍ଲିପ୍‌କାର୍ଟ ଏବଂ ତତ୍ତ୍ୱ ଟେକ୍ନୋଲୋଜି ଭଳି କମ୍ପାନୀରେ ଡୋମେଷ୍ଟିକ୍‌ ଡାଟା ଏଣ୍ଟ୍ରି ଅପରେଟର ଏବଂ ଡୋମେଷ୍ଟିକ୍‌ ଆଇଟି ହେଲ୍‌ପ ଡେସ୍କରେ ନିଯୁକ୍ତି ପାଇଛନ୍ତି। ଏହି ବ୍ୟାଚ୍‌ର ଯୁବତୀଯୁବକଙ୍କୁ ୧୦୦ରୁ ଅଧିକ ଚାକିରି ପ୍ରସ୍ତାବ ଦିଆଯାଇଥିଲା।

ଅପରପକ୍ଷରେ ସମ୍ପ୍ରଦାୟ ଏବଂ ଗ୍ରାମର ମୁରବିମାନଙ୍କ ସହ ବ୍ୟାପକ ପରାମର୍ଶ ପରେ ମହାକାଳପଡା ବ୍ଲକ୍‌ ଅଧୀନ ୧୧ଟି ଗ୍ରାମର ଯୁବତୀଯୁବକମାନଙ୍କୁ ତାଲିମ ପାଇଁ ମନୋନୀତ କରାଯାଇଥିଲା। ଏପରିକି ବୈଷୟିକ ତାଲିମ ବ୍ୟତୀତ ଯୋଗାଯୋଗ ଦକ୍ଷତା, ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ ଏବଂ ସାକ୍ଷାତ୍‌କାର କୌଶଳ ପ୍ରଭୃତି ଅଣବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇଥିବା ସମସ୍ତ ପ୍ରାର୍ଥୀଙ୍କୁ ସାମିଲ କରାଯାଇଥିଲା। ଉକ୍ତ ତାଲିମ କାର୍ଯ୍ୟକ୍ରମର ସଫଳ ସମାପ୍ତି ପରେ ପ୍ରଶିକ୍ଷାର୍ଥୀମାନଙ୍କୁ ବୃତ୍ତିଗତ ପ୍ରମାଣପତ୍ର ଏବଂ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ନିକଟରେ ଦ୍ୱିତୀୟ ବ୍ୟାଚ୍‌ର ୧୦୦ ଯୁବତୀଯୁବକଙ୍କୁ ନିକଟସ୍ଥ ଗ୍ରାମରୁ ତାଲିମ ଦିଆଯିବ।

ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସିଏସ୍‌ଆର୍‌ ମୁଖ୍ୟ ଡ. ବିକାଶ ୟାଦଭେନ୍ଦୁ ପାଠ୍ୟକ୍ରମ ସମାପ୍ତ ପରେ ସଫଳତାର ସହ ସ୍ଥାନିତ ହୋଇଥିବା ସମସ୍ତ ଯୁବତୀଯୁବକଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ୍‌ରେ ୫୫% ସ୍ଥାନୀୟ ବାଳିକା ତାଲିମ ନେଇଥିଲେ ଏବଂ ଭବିଷ୍ୟତରେ ଆହୁରି ଅଧିକ ମାତ୍ରାରେ ବାଳିକା ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଆମେ ଆଶା ପ୍ରକାଶ କରୁଛୁ। ଏପରିକି ସ୍ଥାନୀୟ ବାସିନ୍ଦାଙ୍କୁ ଆବଶ୍ୟକ ସେବା ପ୍ରଦାନ ସହ ସମସ୍ତଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ କାର୍ଯ୍ୟ କରିବାକୁ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ପ୍ରତିଶ୍ରୁତିବଦ୍ଧ ରହିଛି।

ଉଲ୍ଲେଖଯୋଗ୍ୟ, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ତା’ର ଅନ୍ୟ ଅପରେଟିଂ ସ୍ଥାନ ଜରିଆରେ ୮ଟି ଡିଜିଟାଲ ଦକ୍ଷତା କେନ୍ଦ୍ର ଚଳାଉଛି। ଏପରିକି ୧୫୦୦ରୁ ଅଧିକ ଶିକ୍ଷିତ ଏବଂ ବେକାର ଯୁବତୀଯୁବକଙ୍କୁ ତାଲିମ ଦିଆଯାଇଥିବାବେଳେ ୭୪% ଖ୍ୟାତିସମ୍ପନ୍ନ କମ୍ପାନୀରେ ସେମାନେ ଚାକିରି ସୁଯୋଗ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri