ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା ମୁସ୍କିଲ ହୋଇଗଲାଣି। ପଶ୍ଚିମ ଓ ଉତ୍ତର ପଶ୍ଚିମ ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୪ ଦିନ ରାଜ୍ୟରେ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ଓ କଟକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ ଜରି କରାଯାଇଛି।

ଆଜି ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୪୦. ୭ ଡିଗ୍ରୀ, ଚାନ୍ଦବାଲି ୪୦.୨ ଡିଗ୍ରୀ, କେନ୍ଦୁଝର ୪୦ ଡିଗ୍ରୀ, ଝାରସୁଗୁଡ଼ା ୩୯.୫ ଡିଗ୍ରୀ, ସମ୍ବଲପୁର ୩୯.୪ ଡିଗ୍ରୀ, ରାଉରକେଲା ୩୯.୪ ଡିଗ୍ରୀ, ହୀରାକୁଦ ୩୭.୮ ଡିଗ୍ରୀ, ପୁରୀ ୩୪.୨ ଡିଗ୍ରୀ, ଗୋପାଳପୁରରେ ୩୩.୫ଡିଗ୍ରୀ ଥିବା ବେଳେ ପାରାଦୀପରେ ୩୩.୪ ଡିଗ୍ରୀ ରହିଛି।

Share