Categories: ଫୁରସତ

ବିଚିତ୍ର ଦେଶ: ଏଠାରେ ରହିଛି ‘ରେଡ୍‌ ବିଚ୍‌’

ବର୍ତ୍ତମାନ ଚାଇନା କରୋନା ସହ ଲଢ଼େଇ କରୁଛି। ଏଠାରୁ ପ୍ରତିଦିନ ଲକ୍ଷ ଲକ୍ଷ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏହି ଦେଶ କରୋନା ପାଇଁ ଏବେ ଚର୍ଚ୍ଚାରେ ରହିଛି। ଏହା ମଧ୍ୟରେ ବି ଏହି ଦେଶରେ ଏମିତି କିଛି ସ୍ଥାନ ଅଛି, ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଚାଇନାର ‘ରେଡ୍‌ ବିଚ୍‌’ ଏତେ ପ୍ରସିଦ୍ଧ ଯେ, ଲୋକମାନେ ବହୁ ସଂଖ୍ୟାରେ ଏଠାକୁ ଆସନ୍ତି। ଏହି ବିଚ୍‌ ସମ୍ପୂର୍ଣ୍ଣ ଲାଲ୍‌। ଲୋକଙ୍କ ଧାରଣା ଏହା ବାଲି ଯୋଗୁ ହୋଇଥାଏ। ମାତ୍ର ନା ଏହା ଏକ ଉଦ୍ଭିଦ ଯୋଗୁ ସମୁଦ୍ର କୂଳର ରଙ୍ଗ ଲାଲ୍‌ ହୋଇଯାଏ। ଏହି ଉଦ୍ଭିଦକୁ ‘ସୁଏଡା’ କୁହାଯାଏ। ଏହି ଉଦ୍ଭିଦଗୁଡ଼ିକ ଏପ୍ରିଲରୁ ମେ’ ମଧ୍ୟରେ ବଢ଼ିଥାନ୍ତି ଏବଂ ଗ୍ରୀଷ୍ମ ଋତୁରେ ସବୁଜ ରହିଥାଏ। ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଏହା ସମ୍ପୂର୍ଣ୍ଣ ଲାଲ୍‌ ହୋଇଯାଏ। ଯେଉଁଥିପାଇଁ ଏହାକୁ ‘ରେଡ୍‌ ବିଚ୍‌’ କୁହାଯାଏ। ଏଠାକୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଏହି ଅଞ୍ଚଳରେ ୨୬୦ ପ୍ରଜାତିର ପକ୍ଷୀ ଏବଂ ପ୍ରାୟ ୪୦୦ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି।

Share