ଭିଜିଲାନ୍ସ ଜାଲରେ ରେଡକ୍ରସ୍‌ ବ୍ଲଡ୍‌ ବ୍ୟାଙ୍କ ଟେକ୍ନିସିଆନ

କଟକ ଅଫିସ, ୮।୨: ଲାଞ୍ଚ ନେବା ଅଭିଯୋଗରେ କଟକସ୍ଥିତ ସେଣ୍ଟ୍ରାଲ ରେଡକ୍ରସ ବ୍ଲଡ୍‌ ବ୍ୟାଙ୍କ୍‌ ଲାବୋରେଟରି ଟେକ୍ନିସିଆନ କିଶୋର ଚନ୍ଦ୍ର ସ୍ବାଇଁଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେ ଦୁଇ ବୋତଲ ‘ଏ ପଜିଟିଭ୍‌’ ଗ୍ରୁପ୍‌ ରକ୍ତ ପାଇଁ ଅଭିଯୋଗକାରୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ। ସୋମବାର ଅଭିଯୋଗକାରୀଙ୍କଠାରୁ କିଶୋର ଏହି ଅର୍ଥ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ତାଙ୍କଠାରୁ ଟଙ୍କା ଜବତ କରିବା ସହ ତାଙ୍କ ଚାନ୍ଦିନିଚୌକ ବନ୍ଧବାସୁଳୀସ୍ଥିତ ଘର ସମେତ ଗୋବିନ୍ଦପୁର ଘରେ ଚଢାଉ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।

Share