Posted inଫୁରସତ

ବିଶ୍ୱ ଶାନ୍ତି ପାଇଁ ରେଡ୍‌କ୍ରସ

ବିଶ୍ୱ ରେଡ୍‌୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଦିବସ ହେଉଛି ଅନ୍ତର୍ଜାତୀୟ ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ସିଦ୍ଧାନ୍ତର ବାର୍ଷିକ ଉତ୍ସବ। ବିଶ୍ୱ ରେଡ୍‌ କ୍ରସ ଦିବସ ପ୍ରତିବର୍ଷ ୮ ମେରେ ପାଳନ କରାଯାଇଥାଏ। ଏହି ତାରିଖ ହେଉଛି ଜାନ-ହେନେରୀ ଡୁନାଣ୍ଟଙ୍କ ଜନ୍ମ ବାର୍ଷିକୀ। ସେ ୮ ମେ ୧୮୨୮ ରେ ଜନ୍ମଗ୍ରହଣ କରିଥିଲେ। ସେ ରେଡ୍‌କ୍ରସ ଇଣ୍ଟରନ୍ୟାଶନାଲ କମିଟି (ଆଇସିଆରସି)ର ପ୍ରତିଷ୍ଠାତା ତଥା ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ବିଶ୍ୱ ଶାନ୍ତି ପାଇଁ ରେଡ୍‌କ୍ରସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ବିଶ୍ୱଯୁଦ୍ଧ ପରେ ଆରମ୍ଭ କରାଯାଇଥିଲା। ସେତେବେଳେ ଏହା “ରେଡ୍‌ କ୍ରସ ଟ୍ରୁସ” ଭାବରେ ଜଣାଶୁଣାଥିଲା। ା ରେଡ୍‌ କ୍ରସର ୧୪ ତମ ଅନ୍ତର୍ଜାତୀୟ ସମ୍ମିଳନୀରେ ଏକ ଅନ୍ତର୍ଜାତୀୟ ଆୟୋଗ ଗଠନ କରାଯାଇଥିଲା। ୧୮୩୪ ମସିହାରେ ଟୋକିଓରେ ରେଡ୍‌ କ୍ରସର ୧୫ ତମ ଅନ୍ତର୍ଜାତୀୟ ସମ୍ମିଳନୀରେ ଉପସ୍ଥାପିତ ହୋଇଥିବା ଏହାର ରିପୋର୍ଟକୁ ଅନୁମୋଦନ କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ୧୯୪୬ ମସିହାରେ, ଟୋକିଓର ପ୍ରସ୍ତାବ ଲିଗ ଅଫ ରେଡ୍‌ କ୍ରସ ସୋସାଇଟିସ (ଏଲଆରସିଏସ) ଦ୍ୱାରା ଏହାକୂ ଅଧ୍ୟୟନ କରାଯାଇ ୫ ମେ ୧୯୧୯ରେ ଅନ୍ତର୍ଜାତୀୟ ଫେଡେରେଷନ ଅଫ ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ସୋସାଇଟିସ (ଆଇଏଫଆରସି) ନାମରେ ନାମିତ ହୋଇଥିଲା। ଦୁଇ ବର୍ଷ ପରେ, ଚୁକ୍ତିନାମାର ନୀତି ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଯୁଜ୍ୟତାକୁ ବିବେଚନା କରାଯାଇଥିଲା। ବାର୍ଷିକ ଅନ୍ତର୍ଜାତୀୟ ରେଡ୍‌ କ୍ରସ ଦିବସର ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଏବଂ ପ୍ରଥମ ରେଡ୍‌ କ୍ରସ ଦିବସ ୮ ମଇ ୧୯୪୮ ରେ ପାଳନ କରାଯାଇଥିଲା। ସମୟ ସହିତ ଏହି ଦିନର ସରକାରୀ ଆଖ୍ୟା ବଦଳି ଯାଇଥିଲା ଏବଂ ୧୯୪୮ ରେ “ୱାଲର୍‌ଡ ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଡେ” ଭାବେ ଏହାକୁ ପାଳନ କରାଯାଇଥିଲା।
ଅନ୍ତର୍ଜାତୀୟ କମିଟି (ଆଇସିଆରସ) ୧୭ ଫେବୃୟାରୀ ୧୮୬୩ ରେ ପ୍ରତିଷ୍ଠା କରାଯାଇଥିଲା। ଏହାର ମୁଖ୍ୟାଳୟ ସ୍ବିଜରଲାଣ୍ଡର ଜେନେଭାରେ ଅବସ୍ଥିତ। ପ୍ରଥମ ବିଶ୍ୱଯୁଦ୍ଧ ପରେ ଘଟିଥିବା ଘଟଣା ପରେ ଏହି ସଙ୍ଗଠନର ଆବଶ୍ୟକ ହୋଇଥିଲା। ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନ ହେଉଛି ଏକ ବିଶ୍ୱସ୍ତରୀୟ ମାନବିକ ନେଟୱାର୍କ ଯାହା ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶରେ କାର୍ଯ୍ୟ କରେ ଏବଂ ଜରୁରୀକାଳୀନ ପରିସ୍ଥିତି, ବିପର୍ଯ୍ୟୟ, ଯୁଦ୍ଧ ଏବଂ ଅନ୍ୟାନ୍ୟ ସଙ୍କଟ ସମୟରେ ଏହା ଲୋକଙ୍କୁ ସହାୟତା ଯୋଗାଇଥାଏ। ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମନୁଷ୍ୟର ଦୁଃଖ ଦୂର କରିବା, ମାନବିକ ସମ୍ମାନ ରକ୍ଷା କରିବା। ଶାନ୍ତି, ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଏହା କାର୍ଯ୍ୟ କରିଥାଏ।ରେଡ୍‌କ୍ରସର ଆନ୍ତର୍ଜାତୀୟ କମିଟି (ଆଇସିଆରସି)ର ପ୍ରତିଷ୍ଠାତା ତଥା ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ ହେନେରୀ ଡୁନାଣ୍ଟଙ୍କ ଉଦ୍ୟମରେ ବିଶ୍ୱ ରେଡ୍‌ କ୍ରସ ଦିବସର ଉତ୍ପତ୍ତି ରହିଛି। ବିଶ୍ୱ ରେଡ୍‌ କ୍ରସ ଦିବସର ଇତିହାସ ରେଡ୍‌ କ୍ରସ ଆନ୍ଦୋଳନର ପ୍ରତିଷ୍ଠାଠାରୁ ଆରମ୍ଭ ହୋଇଥିଲା। ୧୮୫୯ରେ ହେନେରୀ ଡୁନାଣ୍ଟ ଦ୍ୱିତୀୟ ଇଟାଲୀ ସ୍ବାଧୀନତା ଯୁଦ୍ଧ ସମୟରେ ଇଟାଲୀର ସୋଲଫେରିନୋ ଯୁଦ୍ଧକ୍ଷେତ୍ରରେ ଆହତ ସୈନିକମାନଙ୍କ ଦୁଃଖର ସାକ୍ଷୀ ହୋଇଥିଲେ। ଚିକିତ୍ସା ସେବା ଏବଂ ସହାୟତା ପାଇଁ ସେ ସ୍ଥାନୀୟ ନାଗରିକଙ୍କୁ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆହତମାନଙ୍କୁ ସହାୟତା ଯୋଗାଇବା ପାଇଁ ସଂଗଠିତ କରିଥିଲେ।
ଅଭିଜ୍ଞତା ଡୁନାଣ୍ଟଙ୍କୁ “ମେମୋରୀ ଅଫ୍‌ ସୋଲଫେରିନୋ” ପୁସ୍ତକ ଲେଖିବାରେ ସାହାଯ୍ୟ କରିଥିଲା। ୧୮୬୩ରେ ତାଙ୍କ ପ୍ରୟାସରେ ଆହତମାନଙ୍କୁ ସହାୟତା ପାଇଁ ଅନ୍ତର୍ଜାତୀୟ କମିଟି ଗଠନ କରାଯାଇଥିଲା, ଯାହା ପରେ ରେଡ୍‌ କ୍ରସ ଇଣ୍ଟରନ୍ୟାଶନାଲ କମିଟି ଭାବରେ ଜଣାଶୁଣା ହୋଇଥିଲା। ଯୁଦ୍ଧ ସମୟରେ ନିରପେକ୍ଷ ମାନବିକ ସହାୟତା ପ୍ରଦାନ କରିବାକୁ ଆଇଆରସିଟିସି ଲକ୍ଷ୍ୟ ରଖିଥିଲା। ୧୯୨୦ରେ ବିଶ୍ୱ ରେଡ୍‌ କ୍ରସ ଦିବସର ଧାରଣା ପ୍ରସ୍ତାବିତ ହୋଇଥିଲା ଏବଂ ପରବର୍ତ୍ତୀ ବର୍ଷରେ ଏନେଇ କାର୍ଯ୍ୟଧାରା ଜାରି ରହିଥିଲା। ୧୯୩୩ରେ ଟୋକିଓରେ ରେଡ୍‌ କ୍ରସର ୨୦ତମ ଆନ୍ତର୍ଜାତୀୟ ସମ୍ମିଳନୀରେ ଏହା ପ୍ରତିଷ୍ଠିତ ହୋଇଥିଲା। ହେନେରୀ ଡୁନାଣ୍ଟଙ୍କ ଜନ୍ମକୁ ସ୍ମରଣ କରିବା ଏବଂ ରେଡ୍‌କ୍ରସ ଆନ୍ଦୋଳନର ମାନବିକ କାର୍ଯ୍ୟକୁ ସମ୍ମାନ ଦେବା ପାଇଁ ଏହି ସମ୍ମିଳନୀ ମେ’ ୮କୁ ଦିବସ ପାଳନ ଭାବରେ ସ୍ଥିର କରିଥିଲା। ସେବେଠାରୁ ବିଶ୍ୱ ରେଡ୍‌ କ୍ରସ ଦିବସ ପ୍ରତିବର୍ଷ ମେ’ ୮ରେ ପାଳନ କରାଯାଇ ଆସୁଛି।
ରେଡ୍‌ କ୍ରସ ଦିବସର ଉଦ୍ଦେଶ୍ୟ ହେଉଛି ବିଶ୍ୱବ୍ୟାପୀ ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନ ଦ୍ୱାରା କରାଯାଇଥିବା ମାନବିକ କାର୍ଯ୍ୟକୁ ସମ୍ମାନିତ କରିବା। ଏହା ସଂଗଠନର ନୀତି, ମିଶନ, ଏବଂ କାର୍ଯ୍ୟକଳାପ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଏହାର ସ୍ବେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତତା ଏବଂ ସାହସକୁ ଚିହ୍ନିବା ପାଇଁ ଏକ ସୁଯୋଗ ଭାବରେ କାର୍ଯ୍ୟ କରେ। ବିଶ୍ୱ ରେଡ୍‌ କ୍ରସ ଦିବସ ସଙ୍କଟ ସମୟରେ ମାନବିକତା, କରୁଣା ଏବଂ ଏକତାର ମହତ୍ତ୍ୱର ସ୍ମାରକ ଭାବରେ କାର୍ଯ୍ୟ କରେ। ୧୯୨୦ରେ ସଂସଦୀୟ ଅଧିନିୟମ ଅନୁଯାୟୀ ଭାରତରେ ଇଣ୍ଡିଆନ ରେଡ୍‌ କ୍ରସ ସୋସାଇଟି ଗଠନ କରାଯାଇଥିଲା। ସେବେଠାରୁ ଦେଶର ସମସ୍ତ ବିପର୍ଯ୍ୟୟରେ ରେଡ୍‌କ୍ରସର ସ୍ବେଚ୍ଛାସେବୀମାନେ ସେବା କରିଆସୁଛନ୍ତି। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ୭୫୦ରୁ ଅଧିକ ଶାଖା ଅଛି।
କ୍ରସ ଦିବସର ମୁଖ୍ୟ ନୀତି ହେଉଛି ନିରପେକ୍ଷତା, ମାନବିକତା, ସ୍ବାଧୀନତା, ଏକତା, ସାର୍ବଭୌମିକତା, ସ୍ବେଚ୍ଛାସେବୀ ଆଦି। ପ୍ରତିବର୍ଷ ଏହି ଦିବସର ଏକ ସ୍ବତନ୍ତ୍ର ଥିମ୍‌ ରହିଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ଥିମ୍‌ ହେଉଛି ପ୍ରତିଟି କାର୍ଯ୍ୟ ଯାହା ଆମେ କରୁ ତାହା ହୃଦୟରୁ କରିଥାଉ (ଏଭ୍ରିଥିଙ୍ଗ୍‌ ଓ୍ବିଇ ଡୁ କମ୍‌ସ ଫ୍ରମ୍‌ ଦି ହାର୍ଟ)।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri