Categories: ଜାତୀୟ

ଲାଲ୍‌ କିଲ୍ଲା ହିଂସା: ଦୀପ୍‌ ସିଦ୍ଧୁଙ୍କ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ, ୩।୨: ଲାଲ୍‌ କିଲ୍ଲା ହିଂସା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଦୀପ୍‌ ସିଦ୍ଧୁଙ୍କୁ ଧରାଇଦେଲେ ଲକ୍ଷେ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୁଧବାର ଘୋଷଣା କରାଯାଇଛି। ଦୀପ୍‌ଙ୍କ ସହିତ ଜୁଗରାଜ ସିଂ, ଗୁଜରୋଟ ସିଂ ଏବଂ ଗୁଜରୋଣ୍ଟ୍‌ ସିଂଙ୍କ ପାଇଁ ମଧ୍ୟ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ସେହିପରି ଜଜବୀର ସିଂ, ବୁଟା ସିଂ, ସୁଖଦେବ ସିଂ ଏବଂ ଇକବାଲ ସିଂଙ୍କ ଲାଗି ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା ଦିଲ୍ଲୀ ପୋଲିସ କରିଛି। ଏନେଇ ଯୁଗ୍ମ କମିଶନର ବି.କେ. ସିଂଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ଅନୁସନ୍ଧାନକାରୀ ଦଳରେ ଡିସିପି ଜୟ ତୁର୍କି, ଭୀଷଣ ସିଂ ଏବଂ ମୋନିକା ଭରଦ୍ୱାଜଙ୍କୁ ମଧ୍ୟ ସାମିଲ କରାଯାଇଛି।

Share