Categories: ଜାତୀୟ

ଲାଲକିଲ୍ଲା ହିଂସା ପଛରେ ଭାଜପା: କେଜରିଓ୍ବାଲ

ନୂଆଦିଲ୍ଲୀ,୧।୩ : ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିବେଳେ ଘଟିଥିବା ଲାଲକିଲ୍ଲା ହିଂସା ପାଇଁ ଭାଜପା କର୍ମୀଙ୍କୁ ଦାୟୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ମିରଟଠାରେ କିଷାନ ମହାପଞ୍ଚାୟତକୁ ସମ୍ବୋଧନ ଦେଇ କେଜେରିଓ୍ବାଲ କହିଛନ୍ତି, କୃଷକମାନେ କିଛି ବି ହୋଇପାରନ୍ତି। କିନ୍ତୁ ଦେଶଦ୍ରୋହୀ ନୁହେଁ। ପୂରା ଲାଲକିଲ୍ଲା ଘଟଣା ପଛରେ ଭାଜପାର ହାତ ଥିଲା। ଦିଲ୍ଲୀରେ କୃଷକଙ୍କୁ ବାଟ ଜଣା ନ ଥିଲା। ସେମାନଙ୍କୁ କିଛି ବ୍ୟକ୍ତି ଜାଣିଶୁଣି ଭୁଲ ବାଟ ନେଇଥିଲେ। ଲାଲକିଲ୍ଲାରେ ଭାଜପା କର୍ମୀମାନେ ହିଁ ପତାକା ଉତ୍ତୋଳନ କରିଥିଲେ।

Share