Categories: ଜାତୀୟ

ଲାଲ୍‌ କିଲ୍ଲା ହିଂସା: ୨ ଅଭିଯୁକ୍ତ ଜମ୍ମୁରୁ ଗିରଫ

ନୂଆଦିଲ୍ଲୀ,୨୩।୨: ଜାନୁୟାରୀ ୨୬ରେ ଲାଲକିଲ୍ଲା ହିଂସାର ୨ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ଜମ୍ମୁରୁ ଗିରଫ କରିଛି। ସେମାନେ ହେଉଛନ୍ତି ମନିନ୍ଦର ସିଂ ଏବଂ ମନଦୀପ୍‌ ସିଂ। ମନିନ୍ଦର ଜମ୍ମୁ-କଶ୍ମୀର ୟୁନାଇଟେଡ୍‌ କିଷାନ ଫ୍ରଣ୍ଟ୍‌ର ଅଧ୍ୟକ୍ଷ। ସେ ଜମ୍ମୁ ସହରର ଛାଥା ଅଞ୍ଚଳର ବାସିନ୍ଦା। ସେହିପରି ମନଦୀପ୍‌ ଜମ୍ମୁର ଗୋଏଲ ଗୁଜରାଲର ବାସିନ୍ଦା ବୋଲି ମଙ୍ଗଳବାର ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରାକ୍ଟର ରାଲି ସମୟରେ ଅଭିଯୁକ୍ତମାନେ ହିଂସାକାଣ୍ଡ ପାଇଁ ଷଡ଼ଯନ୍ତ୍ର ରଚିଥିଲେ।

 

Share