Categories: ଜାତୀୟ

ଲାଲ୍‌ ଟୋପି ବିପଦର ଘଣ୍ଟି, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…

ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିରେ ଯୋଗଦେଇ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ ଅଖିଳେଶ ଯାଦବଙ୍କ ନାମ ନ ନେଇ କଟାକ୍ଷ କରି କହିଛନ୍ତି ଯେ, ଲାଲ୍‌ ଟୋପି ରାଜ୍ୟ ପାଇଁ ବିପଦର ଘଣ୍ଟି।

ଭାଜପାର ଡବଲ ଇଞ୍ଜିନ୍‌ ସରକାର ରାଜ୍ୟରେ ବିକାଶ ଧାରାକୁ ଅବ୍ୟାହତ ରଖିଛନ୍ତି। ପୂର୍ବରୁ ଗୋରଖପୁର ଲୋକେ ଭଲ ଚିକିତ୍ସା ପାଇଁ ବନାରସ ଅବା ଲକ୍ଷ୍ନୌ ଯାଉଥିଲେ। ମାତ୍ର ଏବେ ଆଉ ସେଭଳି ହେବ ନାହିଁ। ଏବେ ଜିଲାରେ ରିସର୍ଚ୍ଚ ସେଣ୍ଟର ସହିତ ହସ୍ପିଟାଲ ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବେଶ୍‌ ଉପକୃତ ହୋଇପାରିବେ।

ସ୍ବାସ୍ଥ୍ୟ ସେବା ସହଜରେ ଉପଲବ୍ଧ ହେଲେ ବିକାଶ ସମ୍ଭବ ହୋଇପାରିଥାଏ। ଏବେ ଏହା ରାଜ୍ୟରେ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ଦେଶର ବଡ଼ ବଡ଼ ସହରରେ ଆଧୁନିକ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେଉଥିଲା। ମାତ୍ର ଭାଜପା ସରକାରଙ୍କ ଅମଳରେ ଏବେ ଏହା ସୁଦୂର ଗ୍ରାମାଞ୍ଚଳରେ ମଧ୍ୟ ସହଜରେ ଉପଲବ୍ଧ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମାଜବାଦୀ ପାର୍ଟିର ସରକାରଙ୍କ କାର୍ଯ୍ୟକାଳରେ ଜନସାଧାରଣଙ୍କ ସୁବିଧା ସୁଯୋଗକୁ ଅଣଦେଖା କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Share