Categories: ଜାତୀୟ

ରାଜଧାନୀରେ ଆରମ୍ଭ ହେବ ‘ରେଡ ଲାଇଟ୍ ଅନ୍‌, ଗାଡି ଅଫ୍‌’ ଅଭିଯାନ

ନୂଆଦିଲ୍ଲୀ,୧୨ ।୧୦: ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଗଲାଣି ବାୟୁ ପ୍ରଦୂଷଣ । ଯଦି ଏବେଠାରୁ ଲୋକେ ସଚେତନ ନ ହେବେ ତା’ହେଲେ ଆଗାମୀ ଦିନରେ ଏହାର ପରିଣାମ ଭୋଗିବାକୁ ପଡିପାରେ । ସେଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗତବର୍ଷ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମକୁ ଏଥର ପୁଣି ଦୋହରାଇବାକୁ ଯାଉଛନ୍ତି । ଅର୍ଥାତ୍ ୧୮ ମାର୍ଚ୍ଚରୁ ରାଜଧାନୀରେ ଲାଗୁ ହେବ ‘ରେଡ ଲାଇଟ୍ ଅନ୍‌, ଗାଡି ଅଫ୍‌’ । ଏହାର ଅର୍ଥ ହେଉଛି ଯଦି କାହାକୁ ଟ୍ରାଫିକ ସିଗନାଲରେ ଅଟକି ରହିବାକୁ ପଡୁଛି ତେବେ ସେ ତୁରନ୍ତ ଗାଡିର ଷ୍ଟାର୍ଟ ବନ୍ଦ କରି ଦିଅନ୍ତୁ । ଏହାଦ୍ୱାରା ପ୍ରଦୂଷଣର ମାତ୍ରା ବହୁତ କମ୍ ହେବ ବୋଲି କୁହାଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଏହାକୁ ଆଜିଠାରୁ ଆପଣମାନେ ଆରମ୍ଭ କରିପାରିବେ କିନ୍ତୁ ଏହା ୧୮ ତାରିଖରୁ ଆରମ୍ଭ ହେବ । ଏହାସହ ପ୍ରଦୂଷଣ କମାଇବାକୁ ସପ୍ତାହରେ ଥରେ ନିଜର ଗାଡି ବ୍ୟବହାର ନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଗାଡି ବ୍ୟବହାର କଲେ ଭଲ । ଗ୍ରୀନ ଦିଲ୍ଲୀ ଆପ ଡାଉନଲୋଡ କରି ଯଦି କେଉଁଠି ପ୍ରଦୂଷଣ ନଜର ପଡୁଛି ତେବେ ଏହି ଆପ ମାଧ୍ୟମରେ ଜଣେ ବ୍ୟକ୍ତି ଅଭିଯୋଗ କରିପାରିବେ ବୋଲି କୁହାଯାଇଛି ।

Share