Categories: ଜାତୀୟ

ଗୁରୁବାରଠାରୁ ଦିଲ୍ଲୀରେ ରେଡ ଲାଇଟ ଅନ , ଗାଡି ଅଫ ନିୟମ ଲାଗୁ, ଗଡିବନି ବାଇକ…

ନୂଆଦିଲ୍ଲୀ,୨୩।୧୦ : ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟଙ୍କ ନେତୃତ୍ୱରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୁଣି ଥରେ ‘ରେଡ ଲାଇଟ ଅନ, ଗାଡି ଅଫ’ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅଭିଯାନ ଗୁରୁବାର ଠାରୁ ଆରମ୍ଭ ହେବ। ମନ୍ତ୍ରୀ ଗୋପାଳ ରାୟ ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବାଇକ ସବୁଠୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି ଏବଂ ମୋଟରସାଇକେଲ ଚାଳକମାନଙ୍କୁ ସେମାନଙ୍କର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ଅପଡେଟ କରିବାକୁ ଅନୁରୋଧ କରାଯାଇଛି।

ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଦିଲ୍ଲୀରେ ୧୩ଟି ହଟସ୍ପଟ ପ୍ରଦୂଷଣ ରହିଛି। ରବିବାର ଶାଦିପୁର, ମନ୍ଦିର ମାର୍ଗ, ପଟପଡଗଞ୍ଜ, ସୋନିଆ ବିହାର ଏବଂ ମୋତି ବାଗ ସମେତ ଅନ୍ୟ ଆଠଟି କେନ୍ଦ୍ର ସ୍ଥାନୀୟ କାରଣରୁ ଏକ୍ୟୁଆଇ ସ୍ତର ୩୦୦ ରୁ ଅଧିକ ରେକର୍ଡ କରିଛି। ସ୍ଥାନୀୟ ପ୍ରଦୂଷଣର ଉତ୍ସ ଚିହ୍ନଟ ଏବଂ ଯାଞ୍ଚ କରିବା ପାଇଁ ଏଠାରେ ସ୍ବତନ୍ତ୍ର ଦଳ ନିୟୋଜିତ କରାଯିବ। ରାଜଧାନୀର ୨୪ଘଣ୍ଟାର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ରବିବାର ଦିନ ଖରାପ ହୋଇଛି।

ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ସହ ରାୟଙ୍କ ବୈଠକରେ ବିଭିନ୍ନ ପଦକ୍ଷେପଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଧ୍ୟାନ ଦିଆଯିବ। ଭାରତ ପାଣିପାଗ ବିଭାଗର ଅଧିକାରୀ କହିଛନ୍ତି ତାପମାତ୍ରା ହ୍ରାସ ହେବା ସହ ଷ୍ଟଲ ଜଳିବା କାରଣରୁ ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଆସନ୍ତା କିଛି ଦିନ ପାଇଁ ଅତ୍ୟନ୍ତ ଖରାପ ରହିବ।

Share