ବର୍ତ୍ତମାନ ଅନିୟମିତ ଜୀବନ ଶୈଳୀ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି । ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି କି ଯେଉଁମାନେ ରେଡ ମିଟ ଓ ଅଣ୍ଡା ଅଧିକ ପରିମାଣରେ ଖାଉଛନ୍ତି ସେମାନଙ୍କ ପାଇଁ ଏହା ଅଧିକ କ୍ଷତିକାରକ । କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଯେଉଁମାନେ ରେଡ ମିଟ୍ ଅଧିକ ଖାଆନ୍ତି ସେମାନଙ୍କ ଆୟୁଷ ଅନ୍ୟମାନଙ୍କ ତୁଳନାରେ କମ୍ ହୋଇଥାଏ । ବିଶେଷ ଭାବେ ପ୍ରାଣୀଙ୍କଠାରୁ ମିଳୁଥିବା ପ୍ରୋଟିନ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ତେଣୁ ଦୁଗ୍ଧଜାତ ଦ୍ରବ୍ୟ ଓ ପ୍ରାକୃତିକ ଜିନିଷରୁ ମିଳୁଥିବା ପ୍ରୋଟିନ ଶରୀର ପାଇଁ ଖୁବ୍ ଭଲ । ନିକଟରେ ଦେଖାଯାଇଥିଲା କି ସାରା ବିଶ୍ୱରେ ରେଡ ମିଟ ଓ ଅଣ୍ଡାର ଚାହିଦା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ କରାଯାଇଥିବା ଗବେଷଣାରୁ ଜଣାପଡିଛି କି ଅତ୍ୟଧିକ ରେଡମିଟ୍ ଓ ଅଣ୍ଡା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ବରଂ ଜଣେ ସୁସ୍ଥ ବ୍ୟକ୍ତି ଏହା ବଦଳରେ ଦୁଗ୍ଧଜାତ ସାମଗ୍ରୀ, ମାଛ ଓ ଚିକେନ ନେଲେ ତାହା ଏତେଟା ହାନିକାରକ ନୁହେଁ ।