ଡରୁଛନ୍ତି ରଣବୀର

ବଲିଉଡର ରୋମାଣ୍ଟିକ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ମାତାପିତା ହୋଇଛନ୍ତି। ନିକଟରେ ଆଲିଆ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାପରେ ରଣବୀର-ଆଲିଆଙ୍କ ଜୀବନରେ ଅନେକ ପରିବର୍ତ୍ତନ ଘଟିଛି। ପିତା ହେବା ପରେ ଏକ ସାକ୍ଷାତକାରରେ ରଣବୀର ତାଙ୍କ ଅନୁଭୂତି ବାଣ୍ଟିଥିଲେ।
ନିକଟରେ ରଣବୀର ସାଉଦି ଆରବର ଜେଡ୍ଡା ଠାରେ ଅନୁଷ୍ଠିତ ରେଡ୍‌ ସି ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଯୋଗ ଦେଇଥିଲେ। ଏକ କାର୍ଯ୍ୟକ୍ରମରେ ସେ ପିତା ହେବା ପରେ ନିଜର ସବୁଠାରୁ ବଡ ଭୟ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ।
ଝିଅ ରାହା ଜନ୍ମ ପରେ ତାଙ୍କ ଜୀବନରେ କ’ଣ ପରିବର୍ତ୍ତନ ହୋଇଛି ପ୍ରଶ୍ନରେ ରଣବୀର କୁହନ୍ତି, ମୁଁ ଭାବୁଛି ମୋତେ ଆହୁରି ଆଗରୁ ପିତା ହେବାର ଥିଲା। କାରଣ ମୋ ଝିଅକୁ ୨୦ ବର୍ଷ ବୟସ ହେବା ବେଳକୁ ମୋର ବୟସ ୬୦ ହୋଇଥିବ। ସେତେବେଳେ ମୁଁ ତାଙ୍କ ସହ ଫୁଟବଲ ଖେଳିବାକୁ ସମର୍ଥ ହେବି କି? ମୁଁ ତାଙ୍କ ସହିତ ଦୌଡି ପାରିବି କି?
ରଣବୀରଙ୍କ ଅନୁଯାୟୀ, ଆଲିଆ ଏବଂ ମୁଁ ଏକାଠି ରାହା ପାଇଁ ସମୟ ପରିଚାଳନା କରିବୁ। ଆଲିଆ କାମକୁ ଗଲେ, ମୁଁ ଝିଅ ସହିତ ରହିବି। ମୁଁ କାର୍ଯ୍ୟକୁ ଗଲେ, ଆଲିଆ ଘରେ ଉପସ୍ଥିତ ରହିବେ। ଆଜିକାଲି ରଣବୀର କପୁର ତାଙ୍କର ନୂଆ ଫିଲ୍ମ ‘ଆନିମଲ୍‌’ ଶୁଟିଂରେ ବ୍ୟସ୍ତ ଅଛନ୍ତି।

Share