Categories: ଫୁରସତ

ଜୁନ୍‌ ୨୪ରେ ଲାଲ୍‌ ଟହ ଟହ ଷ୍ଟ୍ରବେରୀ ଚନ୍ଦ୍ରମା ! …

ନୂଆଦିଲ୍ଲୀ,୨୨।୬: ଜୁନ୍‌ ୨୪ ଦେବସ୍ନାନ ପୂର୍ଣ୍ଣିମାରେ ଆକାଶରେ ବଡ଼ ଚନ୍ଦ୍ରମାକୁ ଦେଖିବାକୁ ମିଳିବ। ସ୍ବାଭାବିକ ଆକାରଠାରୁ ଏହି ଚନ୍ଦ୍ରମା ଆକାର ଯଥେଷ୍ଟ ବଡ଼ ରହିବା ସହିତ ଅଧିକ ଉଜ୍ୱଳ ମଧ୍ୟ ଦେଖାଯିବ। ମହାକାଶ ବିଜ୍ଞାନୀ ଏହାକୁ ଷ୍ଟ୍ରବେରୀ ମୁନ୍‌ କହିଥାନ୍ତି। ଜୁନ୍‌ ମାସରେ ଷ୍ଟ୍ରବେରୀ ବହୁଳ ଭାବେ ଫଳୁଥିବାରୁ ଚନ୍ଦ୍ରମାର ଏଭଳି ନାମ କରଣ କରାଯାଇଛି। ଏହା ଉଦୟ ସମୟରେ ଏହା କମଳା ରଙ୍ଗରେ ଦୃଶ୍ୟମାନ ହେବ। ପରବର୍ତ୍ତୀ ସମୟରେ ଏହାର ରଙ୍ଗ ହଳଦିଆ ହୋଇଯିବ। ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମହାକାଶ ବିଜ୍ଞାନୀମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ତେବେ ଭାରତରେ ଷ୍ଟ୍ରବେରୀ ଚନ୍ଦ୍ରମା ଦୃଶ୍ୟମାନ ହେବ ନାହିଁ। ସ୍ବାଭାବିକ ଆକାରଠାରୁ ବଡ଼ ଦେଖାଯାଉଥିବା ଚନ୍ଦ୍ରମାକୁ ମହାକାଶ ବିଜ୍ଞାନୀମାନେ ବ୍ଲୁମିଂ ମୁନ୍‌, ବାର୍ଥ ମୁନ୍‌, ହନି ମୁନ୍‌, ମିଡ୍‌ ମୁନ୍‌, ହଟ୍‌ ମୁନ୍‌ ଆଦି ନାମକରଣ କରିଥାନ୍ତି।

Share