Categories: ଜାତୀୟ

ଜି୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ହେଲା ପ୍ରଗତି ମୈଦାନର ଆଇଟିପିଓ କମ୍ପ୍ଲେକ୍ସ, ୨୬ ଜୁଲାଇରେ ମୋଦି କରିବେ ଉଦଘାଟନ

ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ପୁନଃବିକଶିତ ଆଇଟିପିଓ କମ୍ପ୍ଲେକ୍ସରେ ଭାରତର ଜି -୨୦ ନେତାଙ୍କ ବୈଠକ ଆୟୋଜିତ ହେବ। ଏହି କମ୍ପ୍ଲେକ୍ସ ୨୬ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହେବ। ଇଣ୍ଡିଆ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନ (ଆଇଟିପିଓ) ର ମାଲିକାନାରେ ଥିବା ସାଇଟର ପୁନଃବିକାଶର ଦାୟିତ୍ୱ ନିର୍ମାଣକାରୀ କମ୍ପାନୀ ଏନବିସିସି (ଇଣ୍ଡିଆ) ଲିମିଟେଡକୁ ଦିଆଯାଇଥିଲା।

ପ୍ରାୟ ୧୨୩ ଏକର ପରିମିତ ଏକ କ୍ୟାମ୍ପସ ପରିସରରେ ପ୍ରଗତି ମଇଦାନ ବିସ୍ତାର, ଏହି କମ୍ପ୍ଲେକ୍ସରେ ଭାରତର ସର୍ବବୃହତ ଏମଆଇସିଇ (ବୈଠକ, ଇନସେଣ୍ଟିଭ, କନଫରେନ୍ସ ଏବଂ ପ୍ରଦର୍ଶନୀ) କାର୍ଯ୍ୟକ୍ରମ ଆୟୋଜିତ ହେବ। ପୁନଃବିକଶିତ ଏବଂ ଆଧୁନିକ ଆଇଇସିସି କମ୍ପ୍ଲେକ୍ସକୁ ବିଶ୍ୱର ୧୦ ଟି ବୃହତ ପ୍ରଦର୍ଶନୀ ଏବଂ ସମ୍ମିଳନୀ କମ୍ପ୍ଲେକ୍ସ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଜର୍ମାନୀର ହାନୋଭର ପ୍ରଦର୍ଶନୀ କେନ୍ଦ୍ର ଏବଂ ସାଂଘାଇରେ ଥିବା ଜାତୀୟ ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରେ।

 

Share