Categories: ବାଣିଜ୍ୟ

ରେଡ୍‌ମି ନୋଟ୍‌ ୧୨ସିରିଜ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୭ା୧: ସାଓମି ଇଣ୍ଡିଆର ପ୍ରମୁଖ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରେଡ୍‌ମିର ନୋଟ୍‌ ୧୨ ସିରିଜ୍‌ର ନୂତନ ଉତ୍ପାଦକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ରେଡ୍‌ମି ନୋଟ୍‌ ୧୨ ପ୍ରୋ+ ୫ଜି ଓ ରେଡ୍‌ମି ନୋଟ୍‌ ୧୨ ପ୍ରୋ ୫ଜି ନିଜ ସେଗ୍‌ମେଣ୍ଟରେ ଦେଖାଯାଉଥିବା ସର୍ବୋତ୍ତମ ସେନ୍ସର ସହିତ ଆସିଛି। ରେଡ୍‌ମି ନୋଟ୍‌ ୧୨ପ୍ରୋ+ ୫ଜି ହେଉଛି ଭାରତର ପ୍ରଥମ ଫୋନ୍‌ ଯାହା ୨୦୦ ମେଗାପିକ୍ସେଲ ପ୍ରୋ-ଗ୍ରେଡ୍‌ ଏଚ୍‌ପିଏକ୍ସ ସେନ୍ସର ସହ ଆସୁଛି। ଏ ସମ୍ପର୍କରେ ସାଓମି ଇଣ୍ଡିଆର ଚିଫ୍‌ ମାର୍କେଟିଂ ଅଫିସର ଅନୁଜ ଶର୍ମା କହିଛନ୍ତି, ଏକ ସ୍ମାର୍ଟଫୋନ୍‌ କ୍ୟାମେରାରେ ଦେଖାଯାଇଥିବା ସବୁଠାରୁ ଉନ୍ନତ ରିଜୋଲ୍ୟୁଶନ, ଟପ୍‌ ନଚ୍‌ ଡିସ୍‌ପ୍ଲେ କ୍ୱାଲିଟି, ଅତ୍ୟାଧୁନିକ କନେକ୍ଟିଭିଟି ଓ ଫାଷ୍ଟ୍‌ ଚାର୍ଜିଂ ସ୍ପିଡ୍‌ ଭଳି ଫିଚର ଆଣିଛି। ରେଡ୍‌ମି ନୋଟ୍‌ ୧୨ ପ୍ରୋ ୫ଜିରେ ଏକ ୬୭ୱାଟ୍‌ ଚାର୍ଜର ରହିଛି ଯାହା କେବଳ ୧୫ ମିନିଟ୍‌ରେ ଏକ ପୂରା ଦିନର ଚାର୍ଜ ପ୍ରଦାନ କରୁଛି ଏବଂ ରେଡ୍‌ମି ନୋଟ୍‌ ୧୨ ପ୍ରୋ+ ୫ଜି ଏକ ୧୨୦ୱାଟ୍‌ ହାଇପରଚାର୍ଜ ଆଡାପ୍ଟର ସହ ଆସୁଛି।

Share