Categories: ବାଣିଜ୍ୟ

କମିଲା ଗ୍ୟାସ୍‌, ଇନ୍ଧନ ମୂଲ୍ୟ

ନୂଆଦିଲ୍ଲୀ,୨ା୪: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ଦିନରେ କମର୍ସିଆଲ ଗ୍ୟାସ୍‌ (୧୯ କି.ଗ୍ରା.), ବିମାନ ଇନ୍ଧନ ଦର ହ୍ରାସ ପାଇଛି। ବିଶେଷ କରି ଦେଶର ପ୍ରମୁଖ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକଙ୍କ ପକ୍ଷରୁ ସୋମବାର ନୂଆ ଦର ସୂଚୀ ଲାଗୁ କରାଯାଇଛି। ଉଲ୍ଲେଖଯୋଗ୍ୟ, ଘରୋଇ ବଜାରରେ କମର୍ସିଆଲ ଗ୍ୟାସ ଦର ୩୦.୫୦ଟଙ୍କାରୁ ୩୨ ଟଙ୍କା ମଧ୍ୟରେ ହ୍ରାସ ହୋଇଥିବାବେଳେ ବିମାନ ଇନ୍ଧନ ୦.୪୯% ଏବଂ ୫ ଲିଟର ଏଫ୍‌ଟିଏଲ୍‌ ଗ୍ୟାସ୍‌ ସିଲିଣ୍ଡର ଦର ମଧ୍ୟ ୭.୫ ଟଙ୍କା କମିଛି। ନୂଆଦିଲ୍ଲୀରେ କମର୍ସିଆଲ ଗ୍ୟାସ (୧୯କି.ଗ୍ରା.) ଦର ୧୭୬୪.୫୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ଘରୋଇ ଗ୍ୟାସ (୧୪.୨ କିଗ୍ରା) ୮୦୩ ଟଙ୍କାରେ ରହିଛି। ସେହିପରି କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ପ୍ରମୁଖ ସହରରେ କମର୍ସିଆଲ ଗ୍ୟାସ ଦର ଯଥାକ୍ରମେ ୧୮୭୯ ଟଙ୍କା, ୧୭୧୭.୫୦ ଟଙ୍କା ଏବଂ ୧୯୩୦ ଟଙ୍କାରେ କାରବାର ହେଉଥିବାବେଳେ ଉପରୋକ୍ତ ସହରରେ ଘରୋଇ ଗ୍ୟାସ ଦର ଯଥାକ୍ରମେ ୮୨୯ ଟଙ୍କା, ୮୦୨.୫୦ ଟଙ୍କା ଏବଂ ୮୧୮.୫୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ବିମାନ ଇନ୍ଧନ ଦର କିଲୋ ଲିଟର ପିଛା ୦.୪୯% ବା ୫୦୨.୯୧ କମି ୧୦୦, ୮୯୩, ୬୩ ଟଙ୍କାରେ ବିକ୍ରି ହେଉଛି। ଅପରପକ୍ଷରେ ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ ଦର ୩୨ ଟଙ୍କା କମି ୧୯୧୬ ଟଙ୍କାରେ କାରବାର ହେଉଥିଲାବେଳେ ଘରୋଇ ଗ୍ୟାସ ଦର ୮୨୯ ଟଙ୍କା ରହିଛି।

Share