ଭୁବନେଶ୍ୱର,୬।୧୧(ବ୍ୟୁରୋ): କମିଲା ବସ ଭଡ଼ା। ତେଲ ଦର କମିବାରୁ ହ୍ରାସ ପାଇଛି ବସ୍ ଭଡ଼ା। ବିଭିନ୍ନ ବସ ସେବା ପାଇଁ ଭଡ଼ା ହ୍ରାସ କରାଯାଇଛି। ସାଧାରଣ ବସ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିବା ବେଳେ ଏବେ ଏହା ହ୍ରାସ ପାଇ ୮୭ ପଇସା ହୋଇଛି। ପୂର୍ବରୁ ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୯୬ ପଇସା ଥିବା ବେଳେ ବର୍ତ୍ତମାନ ଏହା ୯୧ ପଇସାକୁ ଖସିଛି।
ସେହିପରି ଡିଲକ୍ସ ବସ ଭଡ଼ା ମଧ୍ୟ କମିଛି। ପୂର୍ବରୁ ଡିଲକ୍ସ ବସ ବଡ଼ା କିଲୋମିଟର ପ୍ରତି ୧ଟଙ୍କା ୩୫ ପଇସା ଥିବା ବେଳେ ବର୍ତ୍ତମାନ ଏହା ୧ ଟଙ୍କା ୨୫ ପଇସା ହୋଇଛି। ଏସି ଡିଲକ୍ସର ଭଡ଼ା କିମି ପିଛା ୧ଟଙ୍କା ୬୩ ପଇସାରୁ କମି ୧ ଟଙ୍କା ୫୩ ପଇସା ହୋଇଛି। ସୁପର ପ୍ରିମିୟମ ବସ୍ ଭଡ଼ା କିମି ପିଛା ୨ ଟଙ୍କା ୫୩ ପଇସା ଥିବା ବେଳେ ଏହା ୨ ଟଙ୍କା ୩୮ ପଇସାକୁ ଖସିଛି।