Categories: ବାଣିଜ୍ୟ

ହ୍ରାସ ପାଇଲା ଖାଇବା ତେଲ ଶୁଳ୍କ

ଭୁବନେଶ୍ୱର,୧୪ା୨: ତୈଳ ଦର ବୃଦ୍ଧି ସରକାରଙ୍କ ପାଇଁ ଏକ ପ୍ରକାରର ଅଡୁଆ ସୃଷ୍ଟି କରୁଛି। ଏହି ଅଡୁଆକୁ ଚଢ଼ା ଦରରେ ବିକ୍ର ହେଉଥିବା ଖାଇବା ତେଲ ମଧ୍ୟ ଆଉ ଟିକେ ବଢ଼ାଇ ଦେଉଥିଲା। ଫଳରେ ସରକାର ବହୁ ବିଚାର ବିମର୍ଶ କରିବା ପରେ ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରିବା ନେଇ ଘୋଷଣା କରିଛନ୍ତି। ଏହି କ୍ରମରେ ସରକାର ଅଶୋଧିତ ପାମ ଅଏଲ ଉପରେ କଷ୍ଟମ ଡ୍ୟୁଟି ୫.୫% ହ୍ରାସ କରିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ଖାଇବା ତେଲ ମୂଲ୍ୟ ହ୍ରାସ ହେବା ସହ ଖାଉଟିଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳିବ। ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ଅଶୋଧିତ ପାମ ତେଲ ଉପରେ ୫% କୃଷି ଭିତ୍ତିଭୂମି ବିକାଶ ସେସ୍‌ ଆଦାୟ କରାଯିବ। ଏହା ବର୍ତ୍ତମାନ ଯାଏ ୭.୫ ପ୍ରତିଶତ ରହିଥିଲା। ଏହି ହ୍ରାସ ସହ ଅଶୋଧିତ ପାମ ଅଏଲ ଉପରେ ପ୍ରଭାବୀ ସୀମା ଶୁଳ୍କ ୮.୨୫%ରୁ ହ୍ରାସ ହୋଇ ୫.୫%କୁ ଖସି ଆସିଛି। ଏହା ପୂର୍ବରୁ କେନ୍ଦ୍ର ସରକାର ୨୦୨୧ ଅକ୍ଟୋବର ମାସରେ ଖାଇବା ତେଲର ଆମଦାନୀ ଶୁଳ୍କ ହ୍ରାସ କରିଥିଲେ।

Share