Categories: ଜାତୀୟ

ବଢ଼ିବ ପେଟ୍ରୋଲ, ଡିଜେଲ: ଉପଭୋକ୍ତାଙ୍କ ଉପରେ ବାଜିବ ନାହିଁ ମାଡ

ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ହେଲେ ଏଥି ଯୋଗୁ ଉପଭୋକ୍ତାଙ୍କ ପକେଟ ଉପରେ ଅଧିକ ମାଡ଼ ପଡ଼ିବ ନାହିଁ।

ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ସୀତାରମନ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ କରାଯିବ। ଏଥିରେ କେନ୍ଦ୍ର ସରକାରଙ୍କ ବ୍ୟତୀତ ରାଜ୍ୟ ସରକାରଙ୍କ ମଧ୍ୟ ଭାଗ ନେଉଥିଲେ। ଏହା ବଦଳରେ କୃଷି ସେସ୍‌ ଲାଗୁ କରାଯିବ। ଫଳରେ ପେଟ୍ରୋଲ ଲିଟର ପିଛା ୨.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇବ। ଏହା ବିଶୋଧନକାରୀ କମ୍ପାନୀକୁ ଦେବାକୁ ପଡ଼ିବ। ଏଣୁ ଏହା ଉପଭୋକ୍ତାଙ୍କ ପକେଟକୁ ବାଧିବ ନାହିଁ।

Share