ନୂଆଦିଲ୍ଲୀ, ୨୧।୪: ଗତ ଆର୍ଥିକ ବର୍ଷରେ ଅର୍ଥାତ୍ ୨୦୨୧-୨୨ରେ ଭାରତର ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ଅଏଲ୍ ଆଣ୍ଡ୍ ନାଚୁରାଲ୍ ଗ୍ୟାସ୍ କର୍ପୋରେଶନ (ଓଏନ୍ଜିସି)ଗୁଡ଼ିକ ଲକ୍ଷ୍ୟଠାରୁ କମ୍ ତୈଳ ଉତ୍ପାଦନ କରିଥିବା ଏହାର ପ୍ରମୁଖ କାରଣ। ଗତ ଆର୍ଥିକ ବର୍ଷରେ ୨୯.୬୯ ମିଲିୟନ ଟନ୍ ଅଶୋଧିତ ତୈଳ ଉତ୍ପାଦିତ ହୋଇଛି। ଏହି ପରିମାଣ ୨୦୨୦-୨୧ରେ ହୋଇଥିବା ୩୦.୫ ମିଲିୟନ ଟନ୍ ଅଶୋଧିତ ତୈଳ ଉତ୍ପାଦନଠାରୁ ୨.୬୩% ହ୍ରାସ ପାଇଛି। ତୈଳ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ଆର୍ଥିକ ବର୍ଷ ପାଇଁ ୩୩.୬୧ ମିଲିୟନ୍ ଟନ୍ ତୈଳ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।