Posted inଜାତୀୟ

ବେଆଇନ କାରବାର ଯୋଗୁ ଟିକସ ସଂଗ୍ରହ ହ୍ରାସ

ନୂଆଦିଲ୍ଲୀ,୫।୮: କ୍ରମାଗତ ଭାବେ ସାରା ବିଶ୍ୱରେ ବେଆଇନ କାରବାର ବୃଦ୍ଧି ସାଙ୍ଗକୁ ଉଭୟ ନକଲି ଓ ନିଷିଦ୍ଧ ଉପତ୍ାଦଗୁଡିକ ପାଇଁ ବିଶ୍ୱସ୍ତରରେ ରାଜସ୍ବ ଓ ଟିକସ ହ୍ରାସ ହେଉଛି। ଏପରିକି ବିଶ୍ୱବ୍ୟାପୀ ବିଭିନ୍ନ ଚୋରାଚାଲାଣ ମାର୍ଗ ରହିଛି, ଯାହା ଏହି ସମସ୍ୟାକୁ କେବଳ ଏକ ଘରୋଇ ନୁହେଁ ବରଂ ଅନ୍ତର୍ଜାତୀୟ ସମସ୍ୟାରେ ପରିଣତ କରିଛି, ଯାହା ବହୁରାଷ୍ଟ୍ରୀୟ ସମାଧାନର ଆବଶ୍ୟକତା କରୁଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଦୁଇଦିନିଆ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଦ ପାୱାର ଅଫ୍‌ କୋଲାବରେଶନ ଆଣ୍ଡ ୟୁନିଟ ଇନ୍‌ ଫାଇଟ୍‌ ଏଗେନଷ୍ଟ ଇଲିସିଟି ଟ୍ରେଡ୍‌ ଆଣ୍ଡ କାଉଣ୍ଟର ଫିଟିଙ୍ଗ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ରର ମଧ୍ୟ ଆୟୋଜନ ହୋଇଥିଲା। ଏଥିରେ ବିଭିନ୍ନ ବ୍ରାଣ୍ଡ୍‌ର ମାଲିକ, ନିୟାମକ, ଆଇନ ପ୍ରଣୟନକାରୀ ସଂସ୍ଥା, ସରକାରଙ୍କ ପ୍ରତିନିଧି, ନୀତିନିର୍ମାତା ଓ ସୁରକ୍ଷା ସମାଧାନ ପ୍ରଦାତାମାନେ ଅଂଶଗ୍ରହଣ କରି ସରକାର, ବ୍ରାଣ୍ଡ୍‌ ଓ ସମାଜ ଉପରେ ବେଆଇନ କାରବାରର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଫିଲିପ ମୋରିସ୍‌ ଇଣ୍ଟରନ୍ୟାଶନାଲ (ପିଏମ୍‌ଆଇ) ର ଇଲିସିଟି ଟ୍ରେଡ୍‌ ପ୍ରିଭେନଶନ ବିଭାଗର ମୁଖ୍ୟ ରୋଡ୍‌ନି ଭାନ୍‌ ଦୁରେନ କହିଛନ୍ତି, ବିଶ୍ୱବ୍ୟାପୀ ପାନ କରାଯାଉଥିବା ମୋଟ ସିଗାରେଟର ପ୍ରାୟ ୧୨% ବେଆଇନ ହୋଇଥିବାବେଳେ ବିଶ୍ୱସ୍ତରରେ ସରକାରଗୁଡିକୁ ୪୦.୫ ବିଲିୟନ ଡଲାରର ଟିକସ କ୍ଷତି ସହିବା ସହ ବ୍ୟାପକ ସମସ୍ୟାରେ ସମ୍ମୁଖୀନ ଓ ରାଜସ୍ବ ମଧ୍ୟ ପ୍ରଭାବିତ କରୁଛି।
ୟୁରୋମନିଟର ରିପୋର୍ଟ ମୁତାବକ, ଭାରତରେ ବ୍ୟବହାର କରାଯାଉଥିବା ପ୍ରତି ୪ଟି ସିଗାରେଟ ମଧ୍ୟରୁ ଗୋଟିଏ ବେଆଇନ ଅଟେ, ଯାହା ପ୍ରାୟ ୨ ବିଲିୟନ ଡଲାରର ଟିକସ କ୍ଷତି ସହ ସମାନ ଅଟେ।
ଉଭୟ ନକଲି ଓ ନିଷିଦ୍ଧ ଉପତ୍ାଦଗୁଡିକ ପାଇଁ ବିଶ୍ୱବ୍ୟାପୀ ବିଭିନ୍ନ ଚୋରାଚାଲାଣ ମାର୍ଗ ରହଛି, ଯାହା ଏହି ସମସ୍ୟାକୁ କେବଳ ଏକ ଘରୋଇ ନୁହେଁ ବରଂ ଆନ୍ତର୍ଜାତୀୟ ସମସ୍ୟାରେ ପରିଣତ କରିଛି, ଯାହା ବହୁରାଷ୍ଟ୍ରୀୟ ସମାଧାନର ଆବଶ୍ୟକ କରୁଛି।
ସେହିପରି ନିକଟରେ ଆୟୋଜିତ ଏସିଆ ସିକ୍ୟୁରିଟି ଆଣ୍ଟି-କାଉଣ୍ଟରଫିଟିଙ୍ଗ, ଟ୍ରେଡମାର୍କ ଆଣ୍ଡ ବ୍ରାଣ୍ଡ୍‌ ପ୍ରୋଟେକ୍ସନ କନ୍‌ଫରେନ୍ସରେ ଫିଲିପ ମୋରିସ୍‌ ଇଣ୍ଟରନ୍ୟାଶନାଲ (ପିଏମ୍‌ଆଇ)ର ଇଲିସିଟି ଟ୍ରେଡ୍‌ ପ୍ରିଭେନଶନ ବିଭାଗର ମୁଖ୍ୟ ରୋଡ୍‌ନି ଭାନ୍‌ ଦୁରେନ ନିଜ ଅଭିଭାଷଣରେ ବେଆଇନ କାରବାରର ମୁକାବିଲା କରିବା ପାଇଁ କିଭଳି ଅନ୍ତର୍ଜାତୀୟ ସହଭାଗିତା ମୂଳଦୁଆ ହୋଇପାରିବ ଏବଂ ଏହାକୁ ରୋକିବା ପାଇଁ କଠୋର ନିୟମ ଓ କାର୍ଯ୍ୟକାରିତାର ଆବଶ୍ୟକତା ରହିଥିବା ସମ୍ପର୍କରେ ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଏଥିସହିତ କିଭଳି ନିଷେଧାଦେଶ ଏକ ବୈଧ ବିକଳ୍ପ ହେବ ନାହିଁ ଏବଂ ବେଆଇନ କାରବାରକୁ ରୋକିବା ପାଇଁ ନିୟମ ଓ କାର୍ଯ୍ୟକାରିତା ଉଚିତ ସମାଧାନ ହୋଇପାରିବ ସେ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ବେଆଇନ କାରବାରର ବୃହତ ବହୁରାଷ୍ଟ୍ରୀୟ ସମସ୍ୟାକୁ ସମ୍ବୋଧିତ କରି ନିଜ ସୁପାରିସରେ ରୋଡ୍‌ନି କହିଛନ୍ତି, କର୍ତ୍ତୃପକ୍ଷମାନଙ୍କୁ ସେମାନଙ୍କ ଦେଶରେ କ’ଣ ଘଟୁଛି, ତାହାର ଉତ୍ତରଦାୟିତ୍ୱ ନେବା ପାଇଁ ଭାରତ ସମେତ ଟ୍ରାଞ୍ଜିଟ ଓ ସୋର୍ସ ଦେଶଗୁଡିକ ସହ ସଚେତନତା ବୃଦ୍ଧି କରିବା ପାଇଁ ୱାଲର୍‌ଡ ଟ୍ରେଡ ଅର୍ଗାନାଇଜେଶନ (ଡବ୍ଲ୍ୟୁଟିଓ) ମଧ୍ୟରେ ବିଦ୍ୟମାନ ମୁକ୍ତ ବାଣିଜି୍ୟକ ଚୁକ୍ତି ଓ ବ୍ୟବସ୍ଥାକୁ ଉତ୍ତମ ଭାବେ ଉପଯୋଗ କରିବାର ଆବଶ୍ୟକତା ରହିଛି। ପରବର୍ତ୍ତୀ ସୁପାରିସ ହେଉଛି ଏଏସ୍‌ଇଏଏନ୍‌କୁ ନେଇ ରହିଥିବା ବିଦ୍ୟମାନ ଗୋଲ୍ଡ ଷ୍ଟାଣ୍ଡାର୍ଡ ରେଗୁଲେଶନର ସମନ୍ବୟକୁ ପ୍ରୋତ୍ସାହିତ କରିବା,ଯାହା ନ୍ୟାୟ ଓ ଦଣ୍ଡ ପ୍ରଦାନ କରିବାର ଅଧିକାର ଥିବା ଆଇନ ପ୍ରଣୟନକାରୀ ସଂସ୍ଥାଗୁଡିକ ସମେତ ନିୟମର କାର୍ଯ୍ୟକାରିତା ଦ୍ୱାରା ସମର୍ଥିତ ଅଟେ। ବହୁରାଷ୍ଟ୍ରୀୟ ପରିବହନ କ୍ଷେତ୍ରରେ ସନ୍ଦେହଜନକ ସିପ୍‌ମେଣ୍ଟର ଯାଞ୍ଚ କରିବାକୁ ଅନୁମତି ଦେଉଥିବା ନିୟମଗୁଡିକୁ ଗ୍ରହଣ କରନ୍ତୁ ଏବଂ ଆଇପି-ଇନ୍‌ଫ୍ରିଞ୍ଜିଙ୍ଗ ଭାୟୋଲେଶନ ଉପରେ କଷ୍ଟମ୍‌ସ କିମ୍ବା ଯେକୌଣସି ଉପଯୁକ୍ତ ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ୱାରା ନ୍ୟାୟ ପ୍ରଦାନ ଅଧିକାରର ଉପଯୋଗ କରନ୍ତୁ। ପରିଶେଷରେ ଆଇନ ଶିଳ୍ପ ଓ ଇଣ୍ଟର-ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି କୋଅପରେଶନ ସହିତ ସହଯୋଗିତା ବୃଦ୍ଧି କରି ଘରୋଇ କାର୍ଯ୍ୟକାରିତାର ପ୍ରଭାବଶାଳୀତାକୁ ସୁଦୃଢ କରନ୍ତୁ। ଏହି ସମ୍ମିଳନୀରେ ଅନ୍ତର୍ଜାତୀୟ ପ୍ରମୁଖ ବିଶେଷଜ୍ଞମାନେ ଯୋଗ ଦେଇଥିଲେ, ଯିଏକି ବିଭିନ୍ନ ଶିଳ୍ପରେ ନୂଆ ଟ୍ରେଣ୍ଡ, ବିକାଶ, ବିପଦ ଓ ବେଆଇନ ଓ ନକଲି କାରବାରର ମୁକାବିଲା ପାଇଁ ରହିଥିବା ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ନିୟୋଜିତ ମଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri