Categories: ଖେଳ

ଇଂଲଣ୍ଡକୁ ଝଟ୍‌କା, ଓ୍ବାର୍ଲଡ କପରୁ ବାହାରିଲେ ରିସ ଟପଲୋ

ଧର୍ମଶାଳା,୨୨।୧୦: ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡର ସମସ୍ୟା କମ ହେବାର ନାଁ ନେଉନାହିଁ। ବର୍ତ୍ତମାନ ଇଂଲଣ୍ଡର ଦ୍ରୁତ ବୋଲର ରିସ ଟୋପଲୋ ଆହତ କାରଣରୁ ବିଶ୍ୱକପରୁ ବାହାରିଯାଇଛନ୍ତି। ଘଟଣାହେଲା ଦକ୍ଷିଣ ଆଫ୍ରିକା ବିପକ୍ଷରେ ରିସ ଟୋପଲୋଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା, ଏହା ପରେ ଏହି ବୋଲରଙ୍କୁ ପୁରା ଟୁର୍ନାମେଣ୍ଟରୁ ବାହାରେ ରହିବାକୁ ପଡିଲା। ତେବେ, ଖେଳାଳିଙ୍କ ଖରାପ ଫର୍ମ ସହିତ କ୍ରମାଗତ ଭାବରେ ସଂଘର୍ଷ କରୁଥିବା ଇଂଲଣ୍ଡ ପାଇଁ ରିସ ଟୋପଲୋଙ୍କ ବହିଷ୍କାର ଏକ ବଡ଼ ଝଟ୍‌କା ବୋଲି ବିବେଚନା କରାଯାଉଛି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ରିସ ଟୋପଲୋ ଆଘାତର ଶିକାର ହୋଇଥିଲେ। ଯାହା ପରେ ଏହି ଖେଳାଳିଙ୍କୁ ପଡ଼ିଆ ଛାଡିବାକୁ ପଡିଲା। ଏହି ସମୟରେ, ଏହିପରି ଆଘାତ ପାଇବା ପରେ, ସେ ନିଜ ଉପରେ ଅତ୍ୟଧିକ ବିରକ୍ତି ଭାବ ପ୍ରକାଶ କରିଥିବା ଦେଖାଯାଉଥିଲେ। ରିସ ପାଭିଲିୟନ ଆଡକୁ ଯାଉଥିବାବେଳେ ଚେୟାର ଫିଙ୍ଗିଥିଲେ। ଏହି ଦ୍ରୁତ ବୋଲର ଡ୍ରେସିଂ ରୁମକୁ ଭଙ୍ଗାରୁଜା କରିଥିଲେ। ତାଙ୍କର ସମସ୍ତ କାର୍ଯ୍ୟ କ୍ୟାମେରାରେ କଏଦ ହୋଇଥିଲା। ଯାହା ପରେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଥିଲା। ତେବେ ବର୍ତ୍ତମାନ ରିସ ଟୋପଲୋ ବାହାରିଯିବା ପରେ ଇଂଲଣ୍ଡ ଦଳ ପରିଚାଳନାରେ ସମସ୍ୟା ବଢିଛି।

Share