Categories: ଫୁରସତ

‘ଜୀବନସାଥୀ ସହିତ ରିଲ ପାର୍ଟନର ଆବଶ୍ୟକ’

ନୂଆଦିଲ୍ଲୀ: ଆଗକୁ ବିବାହ ଋତୁ ଆସୁଛି। ଯେଉଁଥିପାଇଁ ବିବାହ ସମ୍ବନ୍ଧୀୟ ବିଭିନ୍ନ ବିଜ୍ଞାପନ ମଧ୍ୟ ଦେଖିବାକୁ ମିଳିବ। ତେବେ ନିକଟରେ ଏକ ବିଜ୍ଞାପନକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି; ଯେଉଁଥିରେ ଜଣେ ଯୁବତୀ ତାଙ୍କ ପାଇଁ ଉପଯୁକ୍ତ ପୁଅର ତଲାସରେ ଅଛନ୍ତି। ଏଥିସହ ତାଙ୍କୁ ରିଲ ପାର୍ଟନର ମଧ୍ୟ ଆବଶ୍ୟକ। ଖବରକାଗଜରେ ବିଜ୍ଞାପନ ଦିଆଯାଇଥିବା ଏକ ଫଟୋ ଏବେ ଏକ୍ସ’ରେ ଭାଇରାଲ ହେଉଛି। ଫଟୋ ବିବାହର ବିଜ୍ଞାପନରେ ଦେଖିବାକୁ ମିଳିଛି; ଯାହାକୁ ରିୟା ନାମ୍ନୀ ଜଣେ ଯୁବତୀ ଛପାଇଥିବା ଲେଖାଯାଇଛି। ହେଲେ ଏହି ବିଜ୍ଞାପନଟି କେଉଁ ଖବରକାଗଜରେ ଛପା ହୋଇଛି, ତାହା ଜଣାପଡ଼ିନି। ରିୟା ସେଥିରେ ଲେଖିଛନ୍ତି, ସେ ଜଣେ ଜୀବନସାଥୀ ସହିତ ରିଲ ପାର୍ଟନର ଖୋଜୁଛି। ଯିଏ କି କ୍ୟାମେରା ସମ୍ମୁଖରେ ଲାଜ କରୁ ନ ଥିବ ଏବଂ ତାଙ୍କ ସହ ରିଲେଶନଶିପ ରିଲ୍‌ କରିବାକୁ ପ୍ରସ୍ତୁତ ଥିବ, କଣ୍ଟେଣ୍ଟ ତିଆରି କରିଥିବା ଜାଣିଥିବ, ସେହି ପୁଅର ଯୌଥ ପରିବାର ନ ଥିବ। ଏଥିସହ ସେ ଯୁବତୀଙ୍କ ଭିଡିଓକୁ ଏଡିଟ୍‌ କରିପାରୁଥିବା ଦରକାର। ରିୟା ବିଜ୍ଞାପନରେ ତାଙ୍କ ଇ-ମେଲ୍‌ ଆଇଡି ମଧ୍ୟ ଦେବା ସହ ସେ ଆମାଜନ୍‌ ମିନି ଟିଭିର ଏକ ଶୋ’ ବାବଦରେ ମଧ୍ୟ କହିଛନ୍ତି।

Share