୪୫ ବୁଥ୍‌ରେ ଶେଷ ହେଲା ସାନି ମତଦାନ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜାରି ରହିଛି। ଏହାର ଅନ୍ତିମ ତଥା ୫ମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେବ। ଅପରପକ୍ଷେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୫ ବୁଥରେ ବିଭିନ୍ନ କାରଣରୁ ଭୋଟିଂ ରଦ୍ଦ ହୋଇଥିଲା। ଏଠାରେ ବୁଧବାର ସାନି ମତଦାନ ହୋଇଛି। ଅନୁରୂପ ଭାବେ ୩ୟ ପର୍ଯ୍ୟାୟରେ ୩୦ ବୁଥ୍‌ରେ ସାନି ମତଦାନ ଲାଗି ଜିଲାପାଳମାନେ ପ୍ରସ୍ତାବ ଦେଇଛନ୍ତି। ଏସବୁ ସ୍ଥାନରେ ଆସନ୍ତା ୨୫ରେ ପୁନଃ ମତଦାନ ହେବ।

ପ୍ରକାଶ ଯେ, ଗୁରୁବାର ଶେଷ ପର୍ଯ୍ୟାୟରେ ୪୯ ବ୍ଲକର ୧୩୩ ଜିଲାପରିଷଦ ଜୋନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ସେହିଭଳି ୯୭୫ ସରପଞ୍ଚ, ସମିତିସଭ୍ୟ,୧୩ ହଜାର ୫୧୪ ଓ୍ବାର୍ଡସଭ୍ୟ ପଦବୀ ଲାଗି ମତଦାନ ହେବ। ୪୧ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।

Share