ଚିକିତ୍ସା ପରିବର୍ତ୍ତେ ରୋଗୀଙ୍କୁ ରେଫର

ଅନୁଗୋଳ ଅଫିସ, ୪ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ରହିଛି। ସେଥିପାଇଁ ଜିଲାର ବିଭିନ୍ନ ପ୍ରାଥମିକ, ଗୋଷ୍ଠୀ ଓ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରୁ ରୋଗୀଙ୍କୁ ଏଠାକୁ ପଠାଯାଉଛି। ଏପରି କି ପଡ଼ୋଶୀ ଜିଲାଗୁଡ଼ିକରୁ ମଧ୍ୟ ବହୁ ରୋଗୀ ଅନୁଗୋଳ ମେଡିକାଲ ଆସୁଛନ୍ତି। କିନ୍ତୁ ଅନେକ ସମୟରେ ସାମାନ୍ୟ ଗୁରୁତର ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରା ନ ଯାଇ ଅନ୍ୟତ୍ର ରେଫର କରିଦିଆଯାଉଛି। ପ୍ରତିବର୍ଷ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯାଉଥିବାରୁ ରେଫର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା କଥା। ହେଲେ ବର୍ଷକୁ ବର୍ଷ ଏହା ବଢ଼ି ଚାଲିଥିବାରୁ ଜିଲା ସ୍ବାସ୍ଥ୍ୟସେବାକୁ ନେଇ ରୋଗୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ପଛରେ ଘରୋଇ ନର୍ସିଂହୋମ ପ୍ରୀତି ରହିଥିବା ସାଧାରଣରେ ଆଲୋଚନା ହେଉଛି।
ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଅନୁଗୋଳ ଜିଲାରେ ୩ଟି ଉପଖଣ୍ଡ, ୯ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୩୧ଟି ପ୍ରାଥମିକ ଚିକିତ୍ସାଳୟ ରହିଛି। ଦୈନିକ ସହସ୍ରାଧିକ ରୋଗୀ ଚିକିତ୍ସାସେବା ପାଇଁ ଏଠାକୁ ଆସିଥାନ୍ତି। ଏହାଛଡ଼ା ଢେଙ୍କାନାଳ, ଦେବଗଡ଼, ବୌଦ୍ଧ ଓ ସମ୍ବଲପୁର ସୀମାନ୍ତ ଅଞ୍ଚଳରୁ ରୋଗୀମାନେ ମଧ୍ୟ ଅନୁଗୋଳ ଜିଲାର ଚିକିତ୍ସାଳୟଗୁଡ଼ିକ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ମେଡିକାଲ ରେକର୍ଡ କହୁଛି, ୨୦୧୮-୧୯ ବର୍ଷରେ ଜିଲାର ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ୧୩ ଲକ୍ଷ ୬୧ ହଜାର ୬୨ ରୋଗୀ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୮୫ ହଜାର ୩୮୪ ଜଣ ଅନ୍ତଃବିଭାଗରେ ଚିକିତ୍ସିତ ହୋଇଛନ୍ତି। ୧୩୯୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ୧୬୦୦ ରୋଗୀ ଅନ୍ୟତ୍ର ରେଫର ହୋଇଛନ୍ତି। ୨୦୧୯-୨୦ ବର୍ଷରେ ୧୪ ଲକ୍ଷ ୫୧ ହଜାର ୪୦୯ ଜଣ ରୋଗୀ ଅସିଥିବାବେଳେ ୯୬ ହଜାର ୩୨୪ ଜଣ ଅନ୍ତଃବିଭାଗରେ ଚିକିତ୍ସିତ ହୋଇଛନ୍ତି। ୧୩୧୬ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ୧୯୯୧ ରୋଗୀଙ୍କୁ ରେଫର କରାଯାଇଛି। ୨୦୨୦-୨୧ ବର୍ଷରେ ୧୦ ଲକ୍ଷ ୪୯ ହଜାର ୪୧୯ ରୋଗୀ ଆସିଥିବାବେଳେ ୬୩ ହଜାର ୧୮୪ ଜଣ ଅନ୍ତଃବିଭାଗରେ ଚିକିତ୍ସିତ ହୋଇଛନ୍ତି। ୧୬୬୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସର୍ବାଧିକ ୨୧୨୭ ରୋଗୀ ଅନ୍ୟତ୍ର ରେଫର ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟର ଆଧୁନିକୀକରଣ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦ ପୂରଣ କରାଯାଉ ନ ଥିବାରୁ ଏହାର ଫାଇଦା ଉଠାଇ କେତେଜଣ ଡାକ୍ତର ସାମାନ୍ୟ ଗୁରୁତରଙ୍କୁ ଅନ୍ୟତ୍ର ରେଫର କରିଦେଉଥିବା ଅଭିଯୋଗ ହେଉଛି।

ଘରୋଇ ଚିକିତ୍ସାଳୟ ସହ ଗୁପ୍ତ ବୁଝାମଣା
ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ସମସ୍ତ ଚିକିତ୍ସା ସେବା ମିଳୁଥିବା ସରକାର କହୁଛନ୍ତି। ହେଲେ ରୋଗୀମାନେ ସେହି ସୁବିଧା ନ ନେଇ ଘରୋଇ ନର୍ସିଂହୋମକୁ ଯାଇ ଶୋଷଣର ଶିକାର ହେଉଛନ୍ତି। ଘରୋଇ ମେଡିକାଲ ସହ ଗୁପ୍ତ ବୁଝାମଣା କରାଯାଇ ସେଠାକୁ ରୋଗୀଙ୍କୁ ରେଫର କରାଯାଉଛି।
-ଉପନ୍ଦ୍ରେ ଶର୍ମା, ସିଟୁ ଜିଲା ସାଧାରଣ ସମ୍ପାଦକ

ଚିକିତ୍ସାରେ ଅବହେଳା କରାଯାଉଛି
ଜିଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି। କିନ୍ତୁ ରୋଗୀସେବାରେ ଅବହେଳା କରାଯାଉଛି। ଖାଲି ପଡ଼ିଥିବା ଡାକ୍ତରୀ ପଦବୀ ଏହାର ଅନ୍ୟତମ କାରଣ। ଏ ଦିଗରେ ଦୃଷ୍ଟି ଦିଆଗଲେ ରୋଗୀମାନେ ଅସୁବିଧା କି ଶୋଷଣର ଶିକାର ହୁଅନ୍ତେ ନାହିଁ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ,
ରୋଗୀ କଲ୍ୟାଣ ସମିତି

ପ୍ରକୃତ ଦଲାଲଙ୍କୁ ଧରାଯିବା ଦରକାର
ଜିଲାରେ ଥିବା ଚିକିତ୍ସାଳୟରେ ରୋଗୀଙ୍କୁ ଉତ୍ତମ ସେବା ମିଳୁନାହିଁ। ରୋଗୀଙ୍କୁ କେହି ସାହାଯ୍ୟ କଲେ ଏଠି ଦଲାଲ୍‌ ସଜାଇ ଦିଆଯାଉଛି। କିନ୍ତୁ ପ୍ରକୃତ ଦଲାଲ୍‌ମାନଙ୍କୁ ଧରାଯାଉ ନାହିଁ। ଚିକିତ୍ସାରେ ଏପରି ଅବହେଳା ଜାରି ରହିଲେ ବାର ଆସୋସିଏଶନ୍‌ ପକ୍ଷରୁ ଆନ୍ଦୋଳନ କରାଯିବ।
-ସୋମନାଥ ରାଉତ, ଅନୁଗୋଳ ବାର ଆସୋସିଏଶନ ସାଧାରଣ ସମ୍ପାଦକ

ଉନ୍ନତ ସେବା ପାଇଁ ଉଦ୍ୟମ ହେଉଛି
ନର୍ସିଂହୋମ୍‌କୁ କୌଣସି ରୋଗୀଙ୍କୁ ପଠାଯାଉ ନାହିଁ। ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ସର୍ବଦା ଉଦ୍ୟମ କରାଯାଉଛି। ରୋଗୀ ଯେପରି ବିନା ମୂଲ୍ୟରେ ଭଲ ଚିକିତ୍ସା ପାଇବେ ସେଥିପାଇଁ ବାରମ୍ବାର ସମୀକ୍ଷା ବୈଠକ ହେଉଛି। ଅଧିକ ରେଫର ସମ୍ପର୍କିତ ଅଭିଯୋଗର ତର୍ଜମା କରାଯିବ।
-ଡାକ୍ତର ଅଭୟ କୁମାର ଦାଶ,
ଜିଲା ମୁଖ୍ୟ ଚିକିତ୍ସାଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri