ସଂସ୍ଥାଗତ ଢାଞ୍ଚାରେ ସଂସ୍କାର ଲୋଡ଼

ମାରିଆ ଫର୍ନାଣ୍ଡା ଏସ୍ପିନୋସା, ଡାନିଲୋ ଟର୍କ

ବୃହତ୍‌ ଶକ୍ତି ପ୍ରତିଯୋଗିତା, ସମସ୍ୟା ସୃଷ୍ଟିକାରୀ ବିଦେଶୀ ପ୍ରୀତି ଜାତୀୟତା,ଜୀବନ ଜିଇବାରେ ପ୍ରମୁଖ ଭୂମିକା ନେଉଥିତ୍ବା ପରିବେଶଗତ ବିପଦ ଏବଂ କୋଭିଡ୍‌-୧୯ର ଘାତକ ସଂକ୍ରମଣ ଏବେ ବିଶ୍ୱର ସବୁ ଦେଶର ସରକାରଙ୍କ ପାଇଁ ଏକ ଆହ୍ନାନ ଭାବେ ଉଭା ହୋଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱର ନେତୃବର୍ଗ ଜାତିସଂଘ (ୟୁଏନ୍‌) ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ କିଛି ପଦକ୍ଷେପ ନେବାକୁ ଚାହିଁିଛନ୍ତି। ଗତ ବର୍ଷ ଜାତିସଂଘର ଘୋଷଣାପତ୍ର ୟୁଏନ୍‌୭୫ର ପ୍ରତିବଦ୍ଧତାରେ ଏକ ମହତ୍ତ୍ୱପୂର୍ଣ୍ଣ ପରିଣାମ ଆଣିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ତାଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି। ଏହି ଘୋଷଣାନାମାରେ ଜାତିସଂଘ ସାଧାରଣ ସଭା ଆମେ ଚାହଁୁଥିବା ଏକ ଭବିଷ୍ୟତକୁ ନିଶ୍ଚିତ କରିବାକୁ ସଂକଳ୍ପ ନେଇଥିଲା। ମହାସଚିବଙ୍କର ଏହି ବହୁ ପ୍ରତ୍ୟାଶିତ ରିପୋର୍ଟ‘ଆଓ୍ବାର ଜେନେରାଲ ଏଜେଣ୍ଡା’ ବା ଆମର ସାଧାରଣ କାର୍ଯ୍ୟସୂଚୀ ଚଳିତ ବର୍ଷ ସେପ୍ଟେମ୍ବରରେ ଆସିବାକୁ ଅଛି। ଏହାକୁ କାର୍ଯ୍ୟ ସମ୍ପାଦନ କରିବାଠାରୁ ଆରମ୍ଭ କରି ରିପୋର୍ଟର ସୁପାରିଶଗୁଡ଼ିକୁ ଗୁରୁତ୍ୱ ଦେବା ତଥା ବିଚାର କରିବା ଯାଏ ସବୁ କ୍ଷେତ୍ରରେ ତାଙ୍କ ସର୍ବୋତ୍ତମ ବିଚାରକୁ ଗ୍ରହଣ କରିବାରେ ବି ସାହାଯ୍ୟ କରିବ। ଏଣୁ ଜାତିସଂଘର ବିଶ୍ୱ ସମ୍ମିଳନୀରେ ବିଶ୍ୱର ବହୁ ରାଷ୍ଟ୍ରର ସରକାର ସମ୍ମିଳିତ ହେବାର ପ୍ରସ୍ତାବକୁ ଆମେ ସମର୍ଥନ କରୁଛୁ। ଗତବର୍ଷ ସେପ୍ଟେମ୍ବରରେ ସାଧାରଣ ସଭାର ୭୫ତମ ବାର୍ଷିକୀ ବୈଠକରେ ଗୁଟାରସ ସମ୍ବୋଧନ କରିବା ପରଠାରୁ ସେ ଲଗାତର ‘ନେଟଓ୍ବର୍କଡ୍‌ ମଲ୍‌ଟିଲାଟେରାଲିଜମ’ ବା ବିଭିନ୍ନ ଦେଶର ସରକାରଙ୍କ ଦ୍ୱାରା ଏକାଧିକ ପକ୍ଷ ଭାଗ ନେଇ ଯୋଗାଯୋଗ ରକ୍ଷା କରି କାମ କରିବା ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଏଥିରେ ଜାତିସଂଘର ସଦସ୍ୟମାନେ, ଅନ୍ତଃରାଷ୍ଟ୍ରୀୟ ଆର୍ଥିକ ସଂସ୍ଥା,ଆଞ୍ଚଳିକ ସଂଗଠନ, ଟ୍ରେଡିଂ ବ୍ଲକ୍‌ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ଉତ୍ତମ ସମ୍ପର୍କ ରଖି ଏକାଠି ଅଧିକ ପ୍ରଭାବଶାଳୀ ଢଙ୍ଗରେ କାମ କରିଥାଆନ୍ତି। ଚଳିତ ବର୍ଷ ୨୪ ଏପ୍ରିଲରେ ଇଣ୍ଟର୍‌ନ୍ୟାଶନାଲ ଡେ ଅଫ୍‌ ମଲ୍‌ଟିଲାଟେରାଲିିଜମ ଆଣ୍ଡ୍‌୍‌ ଡିପ୍ଲୋମାସୀ ଫର୍‌ ପିସ୍‌ରେ ସେ ଏକ ସମ୍ମିଳିତ ମଲ୍‌ଟିଲାଟେରାଲିଜମ୍‌ର ଆବଶ୍ୟକତା ଉପରେ ଜୋର୍‌ ଦେଇଥିଲେ । ଏହା ସିଭିଲ ସୋସାଇଟିି, ବିଜ୍‌ନେସ, ସ୍ଥାନୀୟ ଏବଂ ଆଞ୍ଚଳିକ ଅଟରିଟି ଏବଂ ଅନ୍ୟମାନଙ୍କୁ ଆକର୍ଷିତ କରିିବ ଓ ସେମାନଙ୍କ ସହ ଏହାର କ୍ଷମତାକୁ ଅଧିକ ବ୍ୟାପକ ତଥା ନିରପେକ୍ଷ ଭାବେ ଶେୟାର କରିପାରିବ।
ମଲ୍‌ଟିଲାଟେରାଲ ସିଷ୍ଟମ୍‌ ଉପରେ ଲଗାତର ଚାପ ରହିଛି। ବିଶ୍ୱର ଜରୁରୀ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଜାତିସଂଘ ଏହାର ୧୯୩ ଟି ଦେଶର ସରକାର ବ୍ୟତୀତ ଅନ୍ୟମାନଙ୍କ କୌଶଳ ଏବଂ ସଂସାଧନଗୁଡ଼ିକୁ ଉପଯୋଗ କରିବା ଦରକାର ବୋଲି ଗୁଟେରସ ଡାକରା ଦେଇଥିଲେ। କିନ୍ତୁ ଏହା ସମୟୋଚିତ ହୋଇପାରିଲା ନାହିଁ। ଏହା ସତ୍ତ୍ୱେ କୋଭିଡ୍‌-୧୯ ମହାମାରୀ ପ୍ରଭାବ ହ୍ରାସ ପାଇବାର ନୂଆ ଆଶା ଏବଂ ନୀତି ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ପୁନଃ ନିବେଶ କରିବାକୁ ବିଶ୍ୱ ନେତାଗଣଙ୍କ ସ୍ବର ବଢୁଛି। କିନ୍ତୁ ଏ କ୍ଷେତ୍ରରେ ଆହୁରି ଅନେକ କିଛି କରିବାକୁ ବାକି ରହିଛି। ନିର୍ର୍ଦ୍ଦିିଷ୍ଟ ଭାବେ ମଲ୍‌ଟିଲାଟରାଲିଜମ୍‌କୁ ବ୍ୟାପକ ଭାବେ ଗ୍ରହଣ କରାଯିବା ଉଚିତ। ଜନସାଧାରଣଙ୍କ ଆବେଗ ବଢୁଥିତ୍ବା ଏବଂ ନୀତି ଓ ବିଶ୍ୱ ସହଭାଗିତା ଦିଗରେ କାର୍ଯ୍ୟ କରୁଥିତ୍ବା ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରିଦେବାକୁ କେତେଜଣ ନେତା ପ୍ରୟାସ କରୁଛନ୍ତି। ସେମାନଙ୍କ ବାକ୍‌ପଟୁତାର ପ୍ରଭାବକୁ ପ୍ରତିହତ କରିବା ପାଇଁ ମଲ୍‌ଟିଲାଟେରାଲିଜମ୍‌ର ଆବଶ୍ୟକତା ଢେର ରହିଛି। ବହୁସମୟରେ ଏହି ନେତାମାନେ ସେମାନଙ୍କ ଦେଶର ସମସ୍ୟାଗୁଡ଼ିକ ପାଇଁ ଅନ୍ୟମାନଙ୍କୁ ଦୋଷ ଦେଇ ଜନସାଧାରଣଙ୍କ ଆବେଗଗୁଡ଼ିକୁ ନିଜ ସ୍ବାର୍ଥ ଲାଗି ଉପଯୋଗ କରନ୍ତି । ପୂର୍ବରୁ ରହିଥିତ୍ତ୍ବା ଅସ୍ପଷ୍ଟ ସିଦ୍ଧାନ୍ତ ଓ ନୀତିଗତ ଲକ୍ଷ୍ୟ ପ୍ରତି ପୁନଃ ପ୍ରତିବଦ୍ଧତା ଦେଖାଇଲେ ତାହା ଦ୍ୱାରା ମଲ୍‌ଟିଲାଟେରାଲ ସିଷ୍ଟମ୍‌ରେ ବିଶ୍ୱରେ ବୃଦ୍ଧିପାଉଥିବା ଏହି ଚାପଗୁଡ଼ିକୁ ଦୂର କରଯାଇପାରିନାହିଁ। ବରଂ ଏକ ନୂଆ ପ୍ରତିବଦ୍ଧତା ନେଇ ଆଗକୁ ବଢିବାକୁ ହେବ।
ସୌଭାଗ୍ୟବଶତଃ ଏକ ନୂଆ ପ୍ରକାରର ସଂଯୋଜିତ ଓ ସମ୍ମିଳିତ ମଲ୍‌ଟିଲାଟେରାଲିଜମ ପାଇଁ ୟୁଏନ୍‌ ମହାସଚିବ ଆହ୍ବାନ ଦେଇଛନ୍ତି। ଏହା ବିଶ୍ୱ ଶାସକୀୟ ମାନଦଣ୍ଡ, ନୀତି, ଅନୁଷ୍ଠାନ ଏବଂ କାର୍ଯ୍ୟାବଳୀ ଉପରେ ଏକ ଉତ୍ତମ ଓ ପରିଣାମୀ ପୁନଃବିଚାରକୁ ଉତ୍ସାହିତ କରୁଛି। ଏହି ସଂସ୍କାରଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଏକ ନକ୍ସା ପ୍ରସ୍ତୁତ କରିବାକୁ ହେବ। ଏଥିରେ ବିଭିନ୍ନ ଦେଶର ସରକାର ମଧ୍ୟରେ ସମ୍ପର୍କକୁ ବ୍ୟାପକ କରିବା ସହ ଏବଂ ବହୁ ଅଂଶୀଦାରର ପ୍ରାରମ୍ଭିକ ପ୍ରୟାସକୁ ସାମିଲ କରିବା ଆବଶ୍ୟକ,ଯାହା ୨୦୨୩ ବିଶ୍ୱ ଶିଖର ସମ୍ମିଳନୀରେ ଶେଷ ହେବ । ଏଭଳି ସମ୍ମେଳନ ଜାତିସଂଘ ବ୍ୟବସ୍ଥାକୁ ଏବକାର ଆହ୍ବାନଗୁଡ଼ିକ ଉପରେ ପଦକ୍ଷେପ ନେବା ଜାରି ରଖିବା ଓ ଶାନ୍ତି ଏବଂ ସୁରକ୍ଷା ସମ୍ପର୍କିତ ସୁଯୋଗ, ସ୍ଥାୟୀ ବିକାଶ ଏବଂ ମାନବ ଅଧିତ୍କାରଗୁଡ଼ିକୁ ଏହା ସାହାଯ୍ୟ କରିବ। ବିଶ୍ୱର ବିଭିନ୍ନ ସରକାରୀ ଏବଂ ବେସରକାରୀ ଗ୍ରୁପ୍‌ଗୁଡ଼ିକର କୌଶଳକୁ ଆକର୍ଷିତ କରି ଏହି ସମ୍ମିଳନୀ ବିଶ୍ୱର ବିଭିନ୍ନ ଦେଶର ସରକାରଙ୍କ ବ୍ୟବସ୍ଥାକୁ ଯଦି ଆବଶ୍ୟକ ହୁଏ ପରିବର୍ତ୍ତନ କରିବାକୁ ଚାହିଁବ। ଏହା ଅନୁଷ୍ଠାନ, ରାଜନୀତି ଏବଂ ଲୋକଙ୍କ ମଧ୍ୟରେ ଏକ ନୂଆ ସହଯୋଗାମତ୍ତ୍କ ସୁସମ୍ବନ୍ଧ ବା ବୁଝାମଣାକୁ ଠିକ୍‌ ସ୍ଥାନରେ ପହଞ୍ଚାଇବାକୁ ଚାହଁିବ। ୟୁଏନ୍‌ ୭୫ ପରେ ନିକଟରେ ଷ୍ଟିମ୍‌ସନ ସେଣ୍ଟର ରିପୋର୍ଟ ପ୍ରକାଶ କରିଛି ଯେ, ସମ୍ମିଳିତ, ସଂଯୋଜିତ ଏବଂ ପ୍ରଭାବୀ ବିଶ୍ୱସ୍ତରୀୟ ଶାସନ ବ୍ୟବସ୍ଥା ପାଇଁ ଏକ ନୂଆ ନକ୍ସା ପୁଣି ନୂତନ ରଣନୀତି ପାଇଁ ସବୁ କିଛି ଯୋଗାଇ ଦେଇଛି।
ମଲ୍‌ଟିଲାଟେରାଲିଜମ ଏବଂ ସିିଭିଲ୍‌ ସୋସାଇଟି ନେଟ୍‌ଓ୍ବର୍କ, ଜାତିସଂଘ ପାଇଁ ଆମେ ଆବଶ୍ୟକ କରୁଥିତ୍ବା ମେଣ୍ଟ ନିମନ୍ତେ ବୁଝାମଣାକୁ ଆଗକୁ ନେବ। ମିଳିତ ଭାବେ ଅଭିଯାନର ନେତୃତ୍ୱକୁ ସହଯୋଗ କରିବ। ଏହା ମଧ୍ୟ ଏହି ଅତ୍ୟାବଶକ ପ୍ରୟାସର ସଂକଳ୍ପକୁ ପୂରଣ କରିବା ଲାଗି ନୂଆ ଚିନ୍ତାଧାରା ଏବଂ କୂଟନୈତିକ କୌଶଳକୁ ସାହାଯ୍ୟ କରିବ। କୋଭିଡ୍‌-୧୯ ଯୋଗୁ ଦେଖାଦେଇଥିବା ସାମାଜିକ ଓ ଅର୍ଥନୈତିକ ସମସ୍ୟାକୁ ଦୃଷ୍ଟିରେ ରଖି କ୍ଲବ୍‌ ଡେ ମାଦ୍ରିଦ ପ୍ରସ୍ତାବ ଦେଇଛି ଯେ, ସ୍ଥାୟୀ ବିକାଶ ପାଇଁ ୨୦୩୦ର ଏଜେଣ୍ଡାରେ ସାମାଜିକ ବ୍ୟବସ୍ଥାର ବିଭିନ୍ନ ଭାଗକୁ ପୁନର୍ଜୀବିତ କରିବାକୁ ଜାତିସଂଘ ମହାସଚିବଙ୍କ ‘ଆଓ୍ବାର କମନ ଏଜେଣ୍ଡା ରିପୋର୍ଟ’ କହିଛିି। ଲୋକମାନଙ୍କ ଆବଶ୍ୟକତାକୁ ଧ୍ୟାନ ଦେବା ଏବଂ ସ୍ବାସ୍ଥ୍ୟ ସେବା,ଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଉପଯୁକ୍ତ କାର୍ଯ୍ୟ ଉପରେ ଏକ ମଜଭୁତ ଏବଂ ସଂଗଠିତ ପ୍ରତିକ୍ରିୟା ଯୋଗାଇ ଦେବାର ଆବଶ୍ୟକତା ଅଧିତ୍କ ରହିଛି। ଜାତିସଂଘର ନିରନ୍ତର ପ୍ରାସଙ୍ଗିକତାକୁ ନିଶ୍ଚିତ କରିବା ଲାଗି ଏହା ଦରକାର। ଜରୁରୀ ଆବଶ୍ୟକତା ସମାଧାନ କରିବା ବ୍ୟତୀତ ଜାତିସଂଘ ମଧ୍ୟ ମହିଳା ଏବଂ ପୁରୁଷର ଓ ଛୋଟ ବଡ଼ ଦେଶଗୁଡ଼ିକର ସମାନାଧିକାରର ସୁରକ୍ଷା ଜରି ରଖିବା ଉଚିତ। ମହିଳା ନେତ୍ରୀମାନଙ୍କ ଗ୍ରୁପ ଦ୍ୱାରା ପ୍ରକାଶିତ ‘ମଲ୍‌ଟିଲାଟେରାଲିଜମ ବାଇ ଓମ୍ୟାନ’ ଷ୍ଟେଟ୍‌ମେଣ୍ଟରେ ଘୋଷଣା କରାଯାଇଥିବାରୁ ଏହା ଉପରେ ଧ୍ୟାନ ହେବା ଦରକାର। ବାସ୍ତବରେ ଜାତିସଂଘକୁ ଏକ ବିଶ୍ୱସ୍ତରୀୟ ସଂଗଠନ ବୋଲି ଆମେ ବିଶ୍ୱାସ କରୁଥିତ୍ଲେ ମଧ୍ୟ ଏହା କେବେ ବି ସବୁ ଲୋକ ଓ ଦେଶ ପାଇଁ ଅଧିକ ଗୁରୁତ୍ୱ ପୂର୍ଣ୍ଣ ହୋଇ ନାହିଁ। ଏଣୁ ଏହା ଏବେ ତା’ ଚିନ୍ତାଧାରାର ନବୀକରଣ କରିବା ଦରକାର। ବିଶ୍ୱ ପରିବେଶ ବା ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ସରକାର ଭିତରୁ ହେଉ ବା ବାହାରୁ ଏହାର ସମର୍ଥକଙ୍କୁ ଉତ୍ସାହିତ କରିବା ମଧ୍ୟ ଉଚିତ।
୨୬ଜୁନ୍‌ରେ ୟୁଏନ୍‌ ଚାର୍ଟର ଡେ’ ବା ଜାତିସଂଘ ବିଶେଷାଧିକାର ଦିବସ ପାଳନ କରିବାକୁ ବିଶ୍ୱ ପ୍ରସ୍ତୁତ ହେଉଥିବାରୁ ଆମେ ସେପ୍ଟେମ୍ବରର ଉଚ୍ଚ ସ୍ତରୀୟ ସାଧାରଣ ପରିଷଦର ବାର୍ଷିକ ବୈଠକରେ ବିଶ୍ୱସ୍ତରୀୟ ନେତାମାନଙ୍କୁ ଏକାଠି ହେବାକୁ ଅନୁରୋଧ କରୁଛୁ। ସରକାରଗୁଡ଼ିକ ମଧ୍ୟରେ ଥିତ୍ବା ସମର୍ପିତ ପ୍ରକ୍ରିୟାକୁ ସମର୍ଥନ କରିବା ସହ ଜାତିସଂଘ ବ୍ୟବସ୍ଥାର ସଂସ୍ଥାଗତ ଢାଞ୍ଚାରେ ସଂସ୍କାର ଓ ମଜଭୁତ କରିବାକୁ ହେବ। ଏହା ସହ ବିଦ୍ୱାନ,ସାମାଜିକ କାର୍ଯ୍ୟକର୍ତ୍ତା, ନୀତିନିର୍ଦ୍ଧାରକ, ଚିକିତ୍ସକମାନଙ୍କୁ ସଂଗଠିତ କରି ଅନ୍ତଃରାଷ୍ଟ୍ରୀୟ ସମୁଦାୟ ଦ୍ୱାରା ଆମେ ଭବିଷ୍ୟତରେ ଯାହା ଚାହଁୁଛେ ତାହା ବାସ୍ତବରେ ହୋଇପାରିବ ବୋଲି ଜାତିସଂଘ ନିଶ୍ଚିତ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri