Posted inଜାତୀୟ

ଯୌନ ସମ୍ପର୍କ ପାଇଁ ଜୀବନସାଥୀ ମନା କରିବା ନିଷ୍ଠୁରତା: ହାଇକୋର୍ଟ

ନୂଆଦିଲ୍ଲୀ,୧୯ା୯: ଜୀବନସାଥୀ ଯଦି ଉଦ୍ଦେଶ୍ୟମୂଳକ ଭାବେ ଯୌନ ସମ୍ପର୍କ ରଖିବାକୁ ମନା କରନ୍ତି, ତେବେ ଏହାକୁ ନିଷ୍ଠୁରତା ବିବେଚନା କରାଯିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ମାତ୍ର ୩୫ ଦିନ ବୈବାହିକ ଜୀବନ ବିତାଇଥିବା ଏବଂ ବିବାହର ସ୍ବାଦ ଚାଖି ନ ଥିବା ଏକ ଦମ୍ପତିଙ୍କ ଛାଡ଼ପତ୍ରକୁ ହାଇକୋର୍ଟ କାଏମ ରଖିଛନ୍ତି। ପରିବାର ଅଦାଲତ ଉଭୟଙ୍କ ବିବାହ ବିଚ୍ଛେଦକୁ ଅନୁମତି ଦେଇଥିବାବେଳେ ସ୍ତ୍ରୀ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଯୌନ ସମ୍ପର୍କ ବିନା ବିବାହ ଏକ ଅଭିଶାପ। ବିବାହରେ ଯୌନ ସମ୍ପର୍କ ନ ରଖିବା ଦୁଃଖଠାରୁ ଅଧିକ ମାରାତ୍ମକ କିଛି ନାହିଁ ବୋଲି ଜଷ୍ଟିସ ସୁରେଶ କୁମାର କାଏତ୍‌ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି। ସ୍ତ୍ରୀଙ୍କ ପ୍ରତିରୋଧ ଯୋଗୁ ସ୍ବାମୀ ବୈବାହିକ ସୁଖରୁ ବଞ୍ଚତ୍ତ ହୋଇଛନ୍ତି। ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିବା ସ୍ତ୍ରୀ ପୋଲିସରେ ଅଭିଯୋଗ ମଧ୍ୟ ଦାଏର କରିଥିଲେ, ଯାହାର କୌଣସି ପ୍ରମାଣ ନାହିଁ। ଏହା ମଧ୍ୟ ଏକ ନିଷ୍ଠୁରତା ବୋଲି ଖଣ୍ଡପୀଠ କହିଛନ୍ତି। ଇଚ୍ଛାକୃତ ଭାବେ ଜୀବନସାଥୀ ଯୌନ ସମ୍ବନ୍ଧକୁ ମନା କରିବା ନିଷ୍ଠୁରତା, ବିଶେଷ କରି ନବବିବାହିତଙ୍କ କ୍ଷେତ୍ରରେ ଏହା ଛାଡ଼ପତ୍ର ପାଇଁ ଯଥେଷ୍ଟ କାରଣ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭଲ ହିଂସାକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ/ସମ୍ଭଲ,୨୬ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଜୁମା ମସ୍‌ଜିଦ ପରିସରରେ ରବିବାର ସର୍ଭେକୁ ବିରୋଧ ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ୭ ଜଣଙ୍କୁ...

୩ ବର୍ଷରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ

ନୂଆଦିଲ୍ଲୀ, ୨୬।୧୧:୨୦୨୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୋମବାର ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଜଙ୍ଗଲ,...

ସମ୍ବିଧାନରେ ‘ସମାଜବାଦ’, ‘ଧର୍ମନିରପେକ୍ଷ’ ଶବ୍ଦ ରହିବ

ନୂଆଦିଲ୍ଲୀ,୨୬ା୧୧(ପି.ଟି.):ସମ୍ବିଧାନର ପ୍ରସ୍ତାବନାରେ ରହିଥିବା ସମାଜବାଦ, ଧର୍ମନିରପେକ୍ଷ ଏବଂ ଅଖଣ୍ଡତା ଶବ୍ଦକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା କେତେକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ୧୯୭୬ରେ...

କରଦାତାଙ୍କ ପାଇଁ ଖୁସି ଖବର: ପାନ୍‌ ୨.୦କୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୬ା୧୧(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥତ୍କ ବ୍ୟାପାର କ୍ୟାବିନେଟ୍‌ କମିଟି ଆୟକର ବିଭାଗର ସ୍ଥାୟୀ ଅକାଉଣ୍ଟ ନମ୍ବରର ଦ୍ୱିତୀୟ ପର୍ଯ୍ୟାୟ (ପାନ୍‌ ୨.୦) ପ୍ରକଳ୍ପକୁ ସୋମବାର...

ଫେବୃଆରୀ ୧୮ରୁ ଆଇସିଏସ୍‌ଇ ଦଶମ, ୧୩ରୁ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ,୨୫ା୧୧: କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍ଜାମିନେଶନ୍ସ (ସିଆଇଏସ୍‌ସିଇ) ୨୦୨୫ ବର୍ଷ ପାଇଁ ଆଇସିଏସ୍‌ଇ ଦଶମ ଶ୍ରେଣୀ ଏବଂ ଆଇସିଏସ୍‌ ଦ୍ୱାଦଶ ଶ୍ରେଣୀ...

କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି: କୃଷକଙ୍କୁ ଉପହାର ଦେଲେ କେନ୍ଦ୍ର ସରକାର, ଏଣିକି…

ନୂଆଦିଲ୍ଲୀ,୨୫।୧୧: ସୋମବାର କେନ୍ଦ୍ର କ୍ୟାବିନେଟ କୃଷି, ଶିକ୍ଷା, ଶକ୍ତି ଏବଂ ଭିତ୍ତିଭୂମି ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି। ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ...

ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଭାଜପା ଖେଳିଲା ବଡ଼ ଚାଲ୍‌, ରାଗିଗଲେ ଶିନ୍ଦେ! ଜାଣନ୍ତୁ କାହିଁକି…

ମୁମ୍ବାଇ,୨୫।୧୧: ମହାୟୁତିରେ ସିଏମ ପଦବୀକୁ ନେଇ ସବୁକିଛି ଠିକ୍‌ ଚାଲିନାହିଁ। ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ଅସନ୍ତୋଷ ଥିବା ଏକ ସୂତ୍ରରୁ ପ୍ରକାଶ ପାଇଛି। ସିଏମ ପଦ...

ନୀତୀଶଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ମିଳିଲା ବଡ଼ ସଙ୍କେତ, ମୁଖ୍ୟମନ୍ତ୍ରୀଙ୍କ ଡାହାଣ ହାତ କରିଦେଲେ ବଡ଼ ଖୁଲାସା

ପାଟନା,୨୫।୧୧: ବିହାର ବିଧାନସଭାର ଚାରିଟି ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳକୁ ନେଇ ଭାଜପା ଓ ଜେଡିୟୁ ବହୁତ ଉତ୍ସାହିତ ଅଛନ୍ତି। ତରାରି, ରାମଗଡ, ଇମାମଗଞ୍ଜ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri