Categories: ଜାତୀୟ

ସର୍ଭେ ଆଳରେ ଭୋଟର ପଞ୍ଜୀକରଣ ମନା

ନୂଆଦିଲ୍ଲୀ,୩ା୫(ପି.ଟି.):ସର୍ଭେ ଆଳରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ସେମାନଙ୍କର ପ୍ରସ୍ତାବିତ ଲାଭଦାୟକ ଯୋଜନା ପାଇଁ ଭୋଟରମାନଙ୍କୁ ପଞ୍ଜୀକୃତ କରାଉଥିବା ଜଣାପଡ଼ିବା ପରେ ନିର୍ବାଚନ କମିଶନ (ଇସି) ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ନିର୍ବାଚନ ଆଇନ ଅନୁଯାୟୀ ଏହା ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ। ଏଭଳି ପଞ୍ଜୀକରଣ ବନ୍ଦ କରିବା ପାଇଁ ଇସି ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଭୋଟରମାନଙ୍କୁ ନିର୍ବାଚନ ପରବର୍ତ୍ତୀ ଲାଭଦାୟକ ଯୋଜନାର ଫାଇଦା ଦେବା ପାଇଁ ପଞ୍ଜୀକରଣ କରାଯାଉଛି। କେତେକ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଏହି କାର୍ଯ୍ୟ ଚଳାଇଛନ୍ତି। ଏହା ପଞ୍ଜୀକରଣର ବୈଧ ସର୍ବେକ୍ଷଣକୁ କଳଙ୍କିତ କରୁଛି। ଏଭଳି କାର୍ଯ୍ୟ ତୁରନ୍ତ ବନ୍ଦ କରିବା ପାଇଁ ଇସି ସମସ୍ତ ଜାତୀୟ ଏବଂ ରାଜ୍ୟ ରାଜନୈତିକ ଦଳଗୁଡ଼ିକୁ ଆଡଭାଇଜରି ଜାରି କରିଛନ୍ତି।

Share