ଖେଳାଳିଙ୍କୁ ନିଶାଦ୍ରବ୍ୟ ବିଜ୍ଞାପନ କରିବା ମନା:ସରକାରଙ୍କ କଡ଼ା ଚେତାବନୀ ଜାରି

ନୂଆଦିଲ୍ଲୀ,୨।୮: ଦେଶର କୌଣସି ଖେଳାଳିଙ୍କୁ ମଦ୍ୟପାନ କିମ୍ବା ଧୂମପାନର ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟଲ ବିସିସିଆଇ ଏବଂ ଏସ୍‌ଏଆଇକୁ ଚିଠି ଲେଖି ଖେଳାଳିଙ୍କଠାରୁ ତୁରନ୍ତ ଆଫିଡେଭିଟ ନେବାକୁ କହିଛନ୍ତି। ଏହି ଚିଠିରେ ଗୋୟଲ ଲେଖିଛନ୍ତି ଯେ ଖେଳାଳି, ବିଶେଷକରି କ୍ରିକେଟରମାନେ ଦେଶର ଯୁବ ଜନସଂଖ୍ୟା ପାଇଁ ଆଦର୍ଶ ଅଟନ୍ତି। ଏହା ଯୁବକମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରେରଣା ଯୋଗାଇପାରେ। ତଥାପି ଦୁର୍ଭାଗ୍ୟଜନକ ଯେ ଭେଟେରାନ କ୍ରୀଡା ତାରକାମାନେ ପ୍ରାୟତଃ ସିଗାରେଟ, ବିଡି କିମ୍ବା ପାନ ମସାଲା ବିଜ୍ଞାପନ କରୁଥିବା ଦେଖାଯାଏ।
ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସଭାପତି ରୋଜର ବିନିଙ୍କୁ ଦେଶର ଜନସଂଖ୍ୟାକୁ ସୁସ୍ଥ ରଖିବା ପାଇଁ ସରକାରଙ୍କୁ ସମର୍ଥନ କରିବାକୁ କହିଛନ୍ତି। ଆଇପିଏଲ କିମ୍ବା ଅନ୍ୟ କ୍ରିକେଟ ଟୁର୍ନାମେଣ୍ଟ ସମୟରେ ଏଭଳି ବିଜ୍ଞାପନ ପ୍ରସାର କରାଯିବ ନାହିଁ ବୋଲି ସେ କହିଛନ୍ତି। ଏହି ବିଜ୍ଞାପନରୁ ଖେଳାଳିଙ୍କୁ ହଟାଇବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍‌। ଡକ୍ଟର ଗୋୟଲ ପରାମର୍ଶ ଦେଇଛନ୍ତି ଯେ, ବିସିସିଆଇ ଖେଳାଳିଙ୍କଠାରୁ ଏକ ଆଫିଡେଭିଟ ନେବ, ଯେଉଁଥିରେ ସେ ଏହି ବିଜ୍ଞାପନରୁ ନିଜକୁ ଦୂରେଇ ରଖିବାକୁ ପ୍ରତିଜ୍ଞା କରିବେ। ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (ଏସ୍‌ଏଆଇ) ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନଙ୍କୁ ମଧ୍ୟ ସମାନ ଚିଠି ଲେଖାଯାଇଛି।
ଦେଶର ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଏବଂ ଚଳଚ୍ଚିତ୍ର ତାରକାମାନେ ବିଭିନ୍ନ ମାଧ୍ୟମରେ ତମାଖୁ ଉତ୍ପାଦ ବିଜ୍ଞାପନ କରୁଥିବା ଦେଖାଯାଏ। ଏଥି ମଧ୍ୟରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବଙ୍କୁ ବୀରେନ୍ଦ୍ର ସେହ୍ବାଗ, ସୁନୀଲ ଗାଭାସ୍କର ଏବଂ ଚଳଚ୍ଚିତ୍ର ଅଭିନେତା ଅଜୟ ଦେବଗନ, ଅକ୍ଷୟ କୁମାର, ଶାହାରୁଖ ଖାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆତଙ୍କୀ ହମଲା: ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାକୁ ନେଇ କେନ୍ଦ୍ର ସରକାର କଡ଼ା ମନୋଭାବ ଗ୍ରହଣ କରିଛନ୍ତି। ଏହି ଘଟଣାର ଗମ୍ଭୀରତାକୁ...

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଭାରତର କଡ଼ା ପଦକ୍ଷେପ: ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ଜୀବନ ହାନି ହୋଇଥିଲା,...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ପହଲଗାମ୍ ଆତଙ୍କବାଦୀ ହମଲା ପରେ ଭାରତର ଐତିହାସିକ ନିଷ୍ପତ୍ତି: ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କଶ୍ମୀରର ପହଲଗାମ୍‌ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ...

ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୪ ନିଗମ ଦେଲେ ୨୦୬ କୋଟି ଟଙ୍କା

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ...

ପହଲଗାମ୍ ଆତଙ୍କବାଦୀ ହମଲା ପରେ ଭାରତର ବଡ଼ ନିଷ୍ପତ୍ତି: ଅଟାରୀ-ୱାଘା ସୀମା ବନ୍ଦ

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କଶ୍ମୀରର ପହଲଗାମ୍‌ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image