Categories: ଫୁରସତ

୪ ହଜାରରୁ କମ୍‌ ମୂଲ୍ୟର ଜିନିଷ ଆଣିବାକୁ ମନା

ନୂଆଦିଲ୍ଲୀ: ବିବାହକୁ ଯିବା ସମୟରେ ଆମେ ସାଙ୍ଗରେ କିଛି ଉପହାର ନେଇ ଯାଇଥାଉ। କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। ଲୋକେ ତାଙ୍କ ସାମର୍ଥ୍ୟ ମୁତାବକ ଉପହାର ଦେଇଥାନ୍ତି। ହେଲେ ନିକଟରେ ଜଣେ କନ୍ୟା ନିଜ ବିବାହରେ ଆସିବାକୁ ଥିବା ଅତିଥିଙ୍କ ପାଇଁ ଅଜବ ସର୍ତ୍ତ ରଖିଥିବା ଦେଖିବାକୁ ମିଳିଛି। ସେ ଅତିଥିଙ୍କୁ ଛୋଟ ଉପହାର ଦେବାକୁ ମନା କରିଛନ୍ତି। ରିପୋର୍ଟ ମୁତାବକ, ଏକ ବାହାଘର କାର୍ଡରେ ଅତିଥିଙ୍କୁ ୪ ହଜାରରୁ କମ୍‌ ମୂଲ୍ୟର ଜିନିଷ ଆଣିବାକୁ ମନା ହୋଇଛି; ଯାହାର ଫଟୋ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେ ସୋସିଆଲ ମିଡିଆରେ ମଧ୍ୟ ଏକ ପୋଷ୍ଟ ଶେୟାର କରିଛନ୍ତି। ସେଥିରେ ଲେଖିଛନ୍ତି, ଯଦି କେହି ବାହାଘରକୁ ଖାଲି ଖାଲି ଆସେ, ତେବେ ତାଙ୍କୁ ଖରାପ ଲାଗେ। କାରଣ ସେ ଅତିଥିଙ୍କ ପାଇଁ ବାର୍‌ ଏବଂ ଖାଦ୍ୟ କରିଛନ୍ତି। ଯାହା ଅତି କମ୍‌ରେ ୧୨ ହଜାର ଟଙ୍କା ହେବ। ତେବେ ମିଳୁଥିବା ଉପହାର ଟିକେ ଦାମୀ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। କନ୍ୟାଙ୍କ ଏପରି ଡିମାଣ୍ଡ ଦେଖି ଅନେକ ଏହାକୁ ଖରାପ କଥା ବୋଲି କହିବା ସହ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି।

Share