ଶିମଲା,୧୦।୪ : ହିମାଚଳ ପ୍ରଦେଶର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି ଜିଲାର କେଲଙ୍ଗ ପଞ୍ଚାୟତରେ ବିଭିନ୍ନ ଉତ୍ସବରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ରୋକିବା ପାଇଁ ବିୟର ପିଇବାକୁୁ ନିଷିଦ୍ଧ କରିବା ଲାଗି ଏକ ପ୍ରସ୍ତାବ ପାରିତ କରିଛି। ସୋମବାର ଏସମ୍ପର୍କରେ ସୂଚନା ଦିଆଯାଇଛି।
ପଞ୍ଚାୟତ ମୁଖ୍ୟ ସୋନମ ଜାଙ୍ଗପୋ କହିଛନ୍ତି, ରବିବାର ଅନୁଷ୍ଠିତ ଗ୍ରାମ ସଭାର ବୈଠକରେ ବିବାହ ତଥା ଅନ୍ୟାନ୍ୟ ଉତ୍ସବରେ ବିୟର ପରସା ଯିବା ଉପରେ ନିଷେଧାଦେଶ ଜାରି ହୋଇଛି।
ସେ କହିଛନ୍ତି ବିବାହ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବାହ୍ୟ ସଂସ୍କୃତିର ମିଶ୍ରଣ ତଥା ଖର୍ଚ୍ଚକୁ ରୋକିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଜିଲା ପରିଷଦର ସଦସ୍ୟ କୁଙ୍ଗା ବୋଡ ଆଶା ପ୍ରକଟ କରିଛନ୍ତି, ସଂସ୍କୃତି ଏବଂ ପରମ୍ପରାର ସଂରକ୍ଷଣକୁ ନେଇ ଯୁବକମାନେ ମଧ୍ୟ ଚିନ୍ତିତ ଥିବାରୁ ଖୁବ ଶୀଘ୍ର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯିବ।
କେଲଙ୍ଗ ବଜାରରେ ଯାନବାହାନର ଏକପାଖିଆ ଗତିବିଧି ଆରମ୍ଭ କରିବା, ବୈଠକରେ ଆଲୋଚନା କରାଯାଇଥିଲା। ରୋହତଙ୍ଗ ପାସ ଅନ୍ତର୍ଗତ ଅଟଳ ଟନେଲ ନିର୍ମାଣ ପରେ କେଲଙ୍ଗକୁ ପର୍ଯ୍ୟଟକଙ୍କ ଆସିବା ବହୁଗୁଣିତ ହୋଇଛି।
ଏହାପୂର୍ବରୁ କିନ୍ନୌର ଜିଲାର ହଙ୍ଗରଙ୍ଗ ଘାଟିର ସୁମରା ପଞ୍ଚାୟତ ବିବାହରେ ଆଦିବାସୀ ରୀତିନୀତି ପାଳନ କରିବା ଏବଂ ବଲିଉଡ ପରି ବିବାହ ଶୈଳୀକୁ ରୋକିବା ପାଇଁ ଏକ ପ୍ରସ୍ତାବ ପାରିତ କରାଯାଇଥିଲା।