Categories: ଜାତୀୟ

୧୮ ବର୍ଷରୁ କମ ବୟସ୍କଙ୍କୁ ଦୁଇ ଚକିଆ ଗାଡି ଚଳାଇବା ମନା, ନ ମାନିଲେ ୩ ବର୍ଷ ଜେଲ…

ଲକ୍ଷ୍ନୌ, ୩।୧ : ୧୮ ବର୍ଷରୁ କମ ବୟସ୍କ ରାଜ୍ୟକୌଣସି ସର୍ବସାଧାରଣ ସ୍ଥାନରେ ଦୁଇ ଚାରି ଚକିଆ ଯାନ ଚଳାଇବେ ନାହିଁ। ଏ ସମ୍ପର୍କରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ପରିବହନ ବିଭାଗ ସହାୟତାରେ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦୁଇ ଚକିଆ ଯାନ ଚଳାଇବା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଏକ ଅଭିଯାନ ଚଳାଇ ଯୁବବର୍ଗମାନଙ୍କୁ ସଚେତନ କରାଯିବ। ଏହା ବ୍ୟତୀତ ଛାତ୍ରୀଛାତ୍ରମାନଙ୍କୁ ବିଭିନ୍ନମାଧ୍ୟମରେ ସଡକ ସୁରକ୍ଷା ବିଷୟରେ ମଧ୍ୟ ସୂଚନା ଦିଆଯିବ ।

ଏହା ଅନ୍ତର୍ଗତ ପ୍ରତ୍ୟେକ ବିଦ୍ୟାଳୟରେ ଏକ ସଡକ ସୁରକ୍ଷା କ୍ଲବ ଗଠନ କରାଯିବ। ସମସ୍ତ ଶ୍ରେଣୀର ଜଣେ ଛାତ୍ରୀ ଅବା ଛାତ୍ରଙ୍କୁ ସଡକ ସୁରକ୍ଷା କ୍ୟାପଟେନ କରାଯିବ । ବିଦ୍ୟାଳୟରେ ସଡକ ସୁରକ୍ଷା ସୂଚନା ଉପରେ ଏକ କ୍ଲାସ ମଧ୍ୟ ଅନୁଷ୍ଠିତ ହେବ । ପ୍ରତ୍ୟେକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନୋଡାଲ କରାଯିବ ଏବଂ ପରିବହନ ବିଭାଗ ସହାୟତାରେ ଅନଲାଇନ ଏବଂ ଅଫଲାଇନ ତାଲିମ ଦିଆଯିବ । ଏଥି ସହିତ, ୧୮ବର୍ଷରୁ କମ ପିଲାମାନେ କୌଣସି ମୋଟର ଯାନ ଚଲାଇବେ ନାହିଁ ବୋଲି ସଚେତନତା ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନ ମାନିଲେ ୩ ବର୍ଷ ଜେଲଦଣ୍ଡାଦେଶ କରାଯିବ।

ଏନେଇ ପରିବହନ କମିଶନର ଚନ୍ଦ୍ର ଭୂଷଣ ସିଂଙ୍କ ଦ୍ୱାରା ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ନାବାଳକଙ୍କ ଡ୍ରାଇଭିଂ ଦ୍ୱାରା ଘଟିଥିବା ଦୁର୍ଘଟଣାକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏଥିପାଇଁ ବିଦ୍ୟାଳୟରେ ଏକ ଅଭିଯାନ ଚଳାଇବାକୁ କୁହାଯାଇଛି। ଏହି କ୍ରମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଡ. ମହେନ୍ଦ୍ର ଦେବ ଏଥିପାଇଁ ସମସ୍ତ ଡିଆଇଓଏସକୁ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି ଶିକ୍ଷକମାନଙ୍କୁ ସଡକ ସୁରକ୍ଷା ନୋଡାଲ ଶିକ୍ଷକ ଭାବରେ ମଧ୍ୟ ନିଯୁକ୍ତ କରାଯିବା ଉଚିତ। ପ୍ରାର୍ଥନା ସଭାରେ ଛାତ୍ରୀଛାତ୍ରମାନଙ୍କୁ ସଡକ ସୁରକ୍ଷା ବିଷୟରେ ସୂଚନା ଦିଆଯିବା ଉଚିତ ଏବଂ ସେମାନଙ୍କୁ ମଧ୍ୟ ଏନେଇ ଶପଥ ଦିଆଯିବା ଆବଶ୍ୟକ। ସଡକ ସୁରକ୍ଷା ନିୟମ ସହିତ ଏସମ୍ପର୍କିତ କାନ୍ଥ ଚିତ୍ର ବିଦ୍ୟାଳୟରେ କରାଯିବା ଜରୁରୀ। ଛାତ୍ରୀଛାତ୍ରମାନଙ୍କ ଏକ ହ୍ବାଟସ ଆପ ଗ୍ରୁପ ସୃଷ୍ଟି କରି ଏହା ସହ ଜଡିତ ସୂଚନା ଏବଂ ପରାମର୍ଶ ଶେୟାର କରିବା ଉଚିତ। ଏଥିପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ବ୍ୟବହାର କରାଯିବା ଉଚିତ ବୋଲି ନିର୍ଦ୍ଦେଶକ କହିଛନ୍ତି।

ଛାତ୍ରୀଛାତ୍ରମାନଙ୍କୁ କୁହାଯାଇଛି ବିନା ଲାଇସେନ୍ସରେ ଗାଡି ଚଳାଇବା ନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ବିଦ୍ୟାଳୟରେ ସଡକ ସୁରକ୍ଷା କ୍ଲବ ଗଠନ ପାଇଁ ସ୍କୁଲରେ ୫ ହଜାର ଟଙ୍କା ବାବଦରେ ମୋଟ ୪୪.୯୫ ଲକ୍ଷ ଟଙ୍କା ଏବଂ ସ୍କୁଲ କାନ୍ଥରେ ଟ୍ରାଫିକ ନିୟମ ଏବଂ ସ୍ଲୋଗାନ ଲେଖିବା ପାଇଁ ପ୍ରତି ସ୍କୁଲ ଲାଗି ୫୦୦ ଟଙ୍କା ପଠାଯାଇଛି। ପରିବହନ ବିଭାଗର ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ଏହା ଉପରେ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ ବୋଲି ନିର୍ଦ୍ଦେଶକ କହିଛନ୍ତି।

 

 

Share