Posted inଜାତୀୟ

ବିରୋଧୀଙ୍କୁ ସନ୍ଦେଶଖାଲି ମନା

କୋଲକାତା/ନୂଆଦିଲ୍ଲୀ,୧୭।୨(ପି.ଟି.): ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ସନ୍ଦେଶଖାଲି ବ୍ଲକ୍‌ ଅଞ୍ଚଳରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଓ ସେମାନଙ୍କ ଜମିକୁ ବଳପୂର୍ବକ ଦଖଲ ଘଟଣାକୁ ନେଇ ଶାସକ ଓ ବିରୋଧୀ ଦଳ ପରସ୍ପରକୁ ଦୋଷାରୋପ କରୁଥିବାବେଳେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶୁକ୍ରବାର ଭାଜପା ଓ କଂଗ୍ରେସର ବରିଷ୍ଠ ନେତାମାନେ ଉକ୍ତ ଅଞ୍ଚଳକୁ ଯାଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ବଢ଼ାଇବା ସହ ଘଟଣାକୁ ସାମ୍ପ୍ରଦାୟିକ ରୂପ ଦେବାକୁ ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ଜାତୀୟ ଅନୁସୂଚିତ ଜାତି କମିଶନ (ଏନ୍‌ସିଏସ୍‌ସି) ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସୁପାରିସ କରିଥିବା ଏହାର ଅଧ୍ୟକ୍ଷ ଅରୁଣ ହାଲଦାର କହିଛନ୍ତି। ସନ୍ଦେଶଖାଲିରେ ମହିଳାମାନଙ୍କୁ ଟିଏମ୍‌ସି ସମର୍ଥକମାନେ ହଇରାଣ କରିବା ସହ ନିର୍ଯାତନା ଦେଉଥିବା କମିଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଦିନକ ପୂର୍ବରୁ କମିଶନ ସନ୍ଦେଶଖାଲି ଗସ୍ତ କରିଥିଲେ।
ସନ୍ଦେଶଖାଲିରେ ଟିଏମ୍‌ସିର କେତେଜଣ ନେତା ଗାଁର ମହିଳାମାନଙ୍କୁ ଯୌନ ନିର୍ଯାତନା ଦେବା ସହ ଅତ୍ୟାଚାର କରୁଥିବା ଅଭିଯୋଗରେ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ରାଜନୈତିକ ବାକ୍‌ଯୁଦ୍ଧ ଜୋର୍‌ଦାର ହୋଇଛି। ଜାତୀୟ ସ୍ତରରେ ଇଣ୍ଡିଆ ମେଣ୍ଟରେ ଟିଏମ୍‌ସି ରହିଥିଲେ ମଧ୍ୟ ପଶ୍ଚିମବଙ୍ଗରେ କଂଗ୍ରେସର ବରିଷ୍ଠ ନେତାମାନେ ଟିଏମ୍‌ସିକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସନ୍ଦେଶଖାଲି ମାମଲାରେ ସେମାନେ ମମତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍‌ ସନ୍ଦେଶଖାଲି ଯାଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇବାରୁ ମୁହଁାମୁହିଁ ସ୍ଥିତି ଉପୁଜିଥିଲା। ମମତା ସନ୍ଦେଶଖାଲି ପ୍ରସଙ୍ଗକୁ ରାଜନୀତିକରଣ ଓ ସାମ୍ପ୍ରଦାୟିକୀକରଣ କରୁଥିବା ଅଧୀର ଅଭିଯୋଗ କରିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ଏବଂ ଅନ୍ନପୂର୍ଣ୍ଣା ଦେବୀଙ୍କ ନେତୃତ୍ୱରେ ଭାଜପାର ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ସନ୍ଦେଶଖାଲି ଯିବାବେଳେ ପୋଲିସ ସେମାନଙ୍କୁ ରାମପୁର ନିକଟରେ ଅଟକାଇଥିଲା। ଘଟଣାସ୍ଥଳକୁ ମାତ୍ର ୪ ଜଣଙ୍କୁ ଛାଡ଼ିବା ପାଇଁ ଭାଜପା ପ୍ରତିନିଧି କହିବା ସତ୍ତ୍ୱେ ପୋଲିସ ସେମାନଙ୍କୁ ଅନୁମତି ଦେଇ ନ ଥିଲା ବୋଲି ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି। ଫଳରେ ପ୍ରତିନିଧି ଦଳ ସେଠାରେ ଧାରଣାରେ ବସିଥିଲେ। ପରେ ସେମାନେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ଭେଟିଛନ୍ତି। ପୋଲିସ ଅପରାଧୀମାନଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ମନ୍ତ୍ରୀ ଭୌମିକ କହିଛନ୍ତି। ୧୪୪ ଧାରା ଆଳରେ ଭାଜପାର ସତ୍ୟ ଅନୁସନ୍ଧାନକାରୀ ଟିମ୍‌କୁ ସନ୍ଦେଶଖାଲି ଯିବାକୁ ଦିଆଗଲା ନାହିଁ। ଏପରିକି ୨ ଜଣ ମହିଳା ସଦସ୍ୟଙ୍କୁ ଛାଡ଼ିବା ନିମନ୍ତେ ଅନୁରୋଧକୁ ମଧ୍ୟ ପୋଲିସ ପ୍ରତ୍ୟାଖ୍ୟାନ କରିଦେଇଥିଲା ବୋଲି ଭୌମିକ କହିଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଗଠନ କରିଥିବା ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ସୁନୀତା ଡୁଗଲ, କବିତା ପଟିଦାର, ସଙ୍ଗୀତା ଯାଦବ ଏବଂ ବ୍ରିଜ୍‌ ଲାଲ୍‌ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍‌ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।...

କଶ୍ମୀର ନିର୍ବାଚନ: ଆସିଲା କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କ’ଣ ସବୁ ରହିଛି ପ୍ରତିଶ୍ରୁତି…

ଶ୍ରୀନଗର,୧୬ା୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସୋମବାର ଦଳୀୟ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ କୃଷକ, ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଅନେକ...

ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ...

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ...

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri