ପୁରୀ ଅଫିସ,୧।୧୧: ବୁଧବାର ଅଁଳା ନବମୀ। କରୋନା ମହାମାରୀର ଦୁଇବର୍ଷ ପରେ ଏଥର ଶ୍ରଦ୍ଧାଳୁ ରାଧା ରାଧାପାଦ ଦର୍ଶନ କରିପାରିବେ । ଏ ନେଇ ପୁରୀ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ ଅନୁମତି ମିଳିଛି। ମାତ୍ର ଶ୍ରଦ୍ଧାଳୁ ପାଦ ସ୍ପର୍ଶ ନେଇ କରିପାରିବେ ନାହିଁ । ଏ ନେଇ କୌଣସି ଅନୁମତି ନାହିଁ ବୋଲି ମଙ୍ଗଳବାର ପୁରୀ ଏସ୍ପି ସୂଚନା ଦେଇଛନ୍ତି।
ସିଂହ ଦ୍ୱାରା ଦେଇ ଶ୍ରଦ୍ଧାଳୁ ଧାଡ଼ିବାନ୍ଧି ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରିବେ। ଉତ୍ତରଦ୍ୱାରରେ ସେମାନେ ପ୍ରସ୍ଥାନ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି।