Categories: ଜାତୀୟ

ଶାରୀରିକ ସମ୍ପର୍କ ପରେ ବିବାହ ପାଇଁ ମନା କରିବା ଠକାମି ନୁହେଁ, ହାଇକୋର୍ଟଙ୍କ ରାୟ…

ମୁମ୍ବାଇ, ୨୩।୧୨: କୌଣସି ମହିଳାଙ୍କ ସହିତ ଦୀର୍ଘ ଦିନ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ ଲାଗି ମନା କରିବା ଠକାମି ନୁହେଁ। ଏକ ମାମଲାର ବିଚାର କରି ବମ୍ବେ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ବିଚାରପତି ଅନୁଜା ପ୍ରଭୁଦେଶାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର ସମୟରେ କହିଛନ୍ତି , ଯଦି ସମ୍ପୃକ୍ତ ବ୍ୟକ୍ତି ଶାରୀରିକ ସମ୍ପର୍କ ପରେ ବିବାହ ପ୍ରତିଶ୍ରୁତି ଦେଇ ନ ଥାନ୍ତି ତେବେ ପରବର୍ତ୍ତୀ ସମୟରେ ମହିଳାଙ୍କୁ ବିବାହ ଲାଗି ମନା କରିବାକୁ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୧୭ ଅନୁସାରେ ଠକାମି କୁହାଯିବ ନାହିଁ।

ଗତ ୩ ବର୍ଷ ଧରି ଶାରୀରିକ ସମ୍ପର୍କରେ ରହିଥିବା ଜଣେ ମହିଳାଙ୍କ ଆବେଦନ ଉପରେ ନିମ୍ନ ଅଦାଲତର ରାୟ ଉପରେ ବିଚାର କରି ଖଣ୍ଡପୀଠଙ୍କ ପକ୍ଷରୁ ଏଭଳି କୁହାଯାଇଛି। ତେବେ ବିନା ପ୍ରମାଣରେ ପିଙ୍ଗଳ କୋଡ୍‌ ଧାରା ୯୦ ଅନୁସାରେ ଦଣ୍ଡବିଧାନ କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ନିମ୍ନ ଅଦାଲତ ଏହି ମାମଲାରେ ଅଭିଯୁକ୍ତଙ୍କୁ ଏକ ବର୍ଷ ଜେଲ୍‌ ସହିତ ୫୦୦୦ ଟଙ୍କାର ଜରିମାନା ଦଣ୍ଡାଦେଶ କରିଥିଲେ। ଏନେଇ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୯୯୬ରେ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୩୭୬ ଏବଂ ୪୧୭ ଅନ୍ତର୍ଗତ ମାମଲା ରୁଜୁ କରାଯିବା ସହିତ ଗିରଫ କରାଯାଇଥିଲା।

Share