Categories: ଜାତୀୟ

ରାହୁଲଙ୍କ ଲମ୍ବା ଦାଢିକୁ ନେଇ କହିଲେ ଲାଲୁ, ବିବାହ କରନ୍ତୁ…

ପାଟନା,୨୩।୬:୨୦୨୪ଲୋକସଭା ନିର୍ବାଚନ ନେଇ ବିରୋଧି ମେଣ୍ଟ ଦେଖିବାକୁ ମିଳିଛି। ଏନେଇ ବିହାରର ପାଟନାରେ ବିରୋଧୀ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଗାମୀ ରଣନୀତି ନେଇ ସୁଦୃଢ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି ବୋଲି ବିରୋଧୀ ଦଳ ଗଣମାଧ୍ୟମରେ ପ୍ରକାଶ କରିଛeନ୍ତି। ତେବେ ଏ ମଧ୍ୟରେ ବିହାରର ପୂର୍ବତନ ମୁଖ୍ୟମନନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ରାହୁଲଙ୍କୁ ନେଇ ଏକ ମଜାଳିଆ ଶୈଳୀରେ ଥଟ୍ଟା କରିଥିବା ଦେଖାଯାଇଛି।
ସାମ୍ବାଦିକ ସମ୍ମିଳନୀ ମଧ୍ୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାହ ବିଷୟରେ ଏପରି କଥା କହିଥିଲେ ଯେ ସମସ୍ତେ ହସିବାକୁ ଲାଗିଲେ। ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି ଲାଲୁ ଯାଦବ କହିଛନ୍ତି, ରାହୁଲ ଗାନ୍ଧୀ ବହୁତ ଭଲ କାମ କରିଛନ୍ତି। ସାରା ଦେଶରେ ସେ ଭାରତ ଯୋଡ ଯାତ୍ରା କରି ଦେଶକ୍‌ୁ ଏକଜୁଟ କରିବାକୁ ଚେଷ୍ଟା କରିଛନ୍ତି। ତେବେ ଏମଧ୍ୟରେ ତାଙ୍କର ଦାଢି ମଧ୍ୟ ବଢିଯାଇଛି। ବର୍ତ୍ତମାନ ଟିକିଏ ଛୋଟ ଅଛି। ହେଲେ ସେ ମୋ ଠାରୁ ବିବାହ ସମ୍ବନ୍ଧରେ କୌଣସି ପରାମର୍ଶ ଗ୍ରହଣ କଲେ ନାହିଁ। ତାଙ୍କର ବର୍ତ୍ତମାନ କରିନେବା ଉଚିତ୍‌। ତାଙ୍କ ମାଆ ଆମକୁ ସବୁବେଳେ ଅଭିଯୋଗ କରନ୍ତି ଯେ, ରାହୁଲ ତାଙ୍କ କଥା ଶଣନ୍ତି ନାହିଁ। ସେ ବିବାହ କରିବାକୁ ନାରାଜ। କଥା ମାନନ୍ତୁ। ବିବାହ କରି ଦିଅନ୍ତୁ। ଏନେଇ ରାହୁଲ ମଧ୍ୟ ସମାନ ମଜାଳିଆ ଢଙ୍ଗରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଆପଣ କହିଲେଣି ମାନେ ବିବାହ ନିଶ୍ଚୟ ହେବ।

Share