Categories: ଖେଳ

ରେଗାସା, ଚେପ୍‌ଟାଇ ଜିତିଲେ ଦିଲ୍ଲୀ ହାଫ୍‌ ମାରାଥନ

ନୂଆଦିଲ୍ଲୀ, ୧୭ା୧୦(ପି.ଟି.): ଇଥିଓପିଆର ଚାଲା ରେଗାସା ଏବଂ କେନିଆର ଇରିନେ ଚେପ୍‌ଟାଇ ଯଥାକ୍ରମେ ବେଦାନ୍ତ ଦିଲ୍ଲୀ ହାଫ୍‌ ମାରାଥନ ପୁରୁଷ ଓ ମହିଳା ଟାଇଟଲ ହାସଲ କରିଛନ୍ତି। ରେଗାସା ୧ ଘଣ୍ଟା ୩୦ ସେକେଣ୍ଡ ଟାଇମିଂରେ ରେସ୍‌ ଜିତିଥିବାବେଳ ଚେପ୍‌ଟାଇ ବ୍ୟକ୍ତିଗତ ଶ୍ରେଷ୍ଠ ୧:୦୬:୪୨ ଟାଇମିଂ ସହ ମହିଳା ଇଭେଣ୍ଟ ଜିତିଛନ୍ତି। ଭାରତୀୟ ଏଲିଟ୍‌ ପୁରୁଷ କାଟେଗୋରିରେ ଗତଥରର ଚାମ୍ପିୟନ ଅବିନାଶ ସାବ୍‌ଲେ ପ୍ରଥମ ଏବଂ କାର୍ତ୍ତିକ କୁମାର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଦର୍ଶକମାନେ ଏହି ଦୁଇଜଣଙ୍କୁ ଉତ୍ସାହିତ କରିଥିଲେ। ଦୁଇଜଣ ସମାନ ୬୪ ମିନିଟ୍‌ରେ ରେସ୍‌ ଶେଷ କରିଥିଲେ। ଫୁଟେଜ୍‌ ଅନୁଧ୍ୟାନ ପରେ ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଟେକ୍‌ନିକାଲ ଅଫିସିଆଲ କିନ୍ତୁ ସାବ୍‌ଲେଙ୍କୁ ବିଜେତା ଘୋଷଣା କରିଥିଲା। ଭାରତୀୟ ମହିଳା ଏଲିଟ୍‌ ରେସ୍‌ରେ ସ୍ବାଭାବିକ ସଞ୍ଜୀବନୀ ଯାଦବ ଟାଇଟଲ ଜିତିଥିଲେ।

ଗତ ଦୁଇଟି ସଂସ୍କରଣରେ ସେ ପୋଡିୟମ ଫିନିଶ୍‌ କରିଥିଲେ। ତାଙ୍କ ଟାଇମିଂ ୧:୧୭:୫୩ ରହିଥିଲା। ମୋନିକା ଅଥରା (୧:୧୮:୩୯) ଓ ପ୍ରୀତି ଲିମ୍ବା (୧:୧୯:୦୬) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଥିଲେ। ରବିବାର ଅନୁଷ୍ଠିତ ଏହି ଇଭେଣ୍ଟର ଶେଷଭାଗରେ ୨୫ ବର୍ଷୀୟ ରେଗାସାଙ୍କୁ କେନିଆର ଫେଲିକ୍ସ କିପ୍‌କୋଚ୍‌ ଏବଂ ଇଥିଓପିଆର ବୋକି ଦିରିବାଙ୍କଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦିଲ୍ଲୀ ହାଫ୍‌ ମାରାଥନ ଜିତି ରେଗାସା ୨୭,୦୦୦ ଆମେରିକୀୟ ଡଲାର ପକେଟସ୍ଥ କରିଛନ୍ତି।