ଆଞ୍ଚଳିକ ସ୍ତର ଲକ୍‌ଡାଉନ: ସାପ୍ତାହିକ ୯ ହଜାର କୋଟି କ୍ଷତି ଆଶଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନାର ଦ୍ୱିତୀୟ ଲହର ବଢ଼ିବାରୁ ସ୍ଥିତି ଚ୍ୟାଲେଞ୍ଜିଂ ହୋଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ଲକ୍‌ଡାଉନ ଆରମ୍ଭ ହୋଇଗଲାଣି। ଯଦି ଅଧିକ ରାଜ୍ୟରେ ଲକ୍‌ଡାଉନ ହୁଏ ତେବେ ଯାନବାହନ ଚଳାଚଳ ସହ ଅର୍ଥ ବ୍ୟବସ୍ଥା ଉପରେ ଏହାର ଚାପ ପଡିବ। ଯଦି ଆଞ୍ଚଳିକ ସ୍ତରରେ ବେଶି ସ୍ଥାନରେ ଲକ୍‌ଡାଉନ ହୁଏ ତେବେ ଦେଶର ପ୍ରମୁଖ ଅର୍ଥନୈତିକ ହବ୍‌ଗୁଡିକ ସାପ୍ତାହିକ ୯,୩୯୧ କୋଟି ଟଙ୍କାର କ୍ଷତି ସହିବେ ବୋଲି ଏକ ଆକଳନ କରାଯାଇଛି।
ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରୁ ଏହା ୧୪୦ ବେସିସ୍‌ ପଏଣ୍ଟ ପୋଛିନେବ ବୋଲି ଆଶଙ୍କା କରାଯାଇଛି। ମେ ଶେଷ ଯାଏ ଯଦି ସ୍ଥିତି ସାଂଘାତିକ ହୁଏ ତେବେ ଦେଶ ୧୦.୫ ବିଲିୟନ ଡଲାର ( ପ୍ରାୟ ୮୯ ହଜାର କୋଟି) ଟଙ୍କାର କ୍ଷତି ସହିବ ବୋଲି ବ୍ରିଟିଶ ବ୍ରୋକରେଜ ଫାର୍ମ ବାର୍କଲେଜ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି।
ଭାରତ ଦୈନିକ ସଂକ୍ରମଣରେ ବର୍ତ୍ତମାନ ସବୁ ରେକର୍ଡକୁ ଟପିଯାଇଛି। ବର୍ତ୍ତମାନ ୧.୩୭ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଦୈନିକ ହେଉଥିବା ମୋଟ ସଂକ୍ରମଣର ପ୍ରାୟ ୪୮% ମହାରାଷ୍ଟ୍ରରୁ ହେଉଥିବା ନଜରକୁ ଆସିଛି। ଅର୍ଥନୈତିକ କାର୍ଯ୍ୟକଳାପରେ ଦେଶର ୮ ପ୍ରମୁଖ ରାଜ୍ୟରେ ପ୍ରାୟ ୮୧% ମାମଲା ସାମ୍ନାକୁ ଆସିଛି। ଗତ ମାସରେ ଏହି ବ୍ରୋକରେଜ ସଂସ୍ଥା କହିଥିଲା, ଯାନବାହନ ଚଳାଚଳ ଉପରେ କଟକଣା ଲାଗିଲେ ଅର୍ଥ ବ୍ୟବସ୍ଥାକୁ ୫.୨ ବିଲିୟନ ଡଲାର କ୍ଷତି ସହିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ସହ ଇମ୍ଫାର ବୁଝାମଣା

ଭୁବନେଶ୍ୱର,୧୯।୧୨: ଇଣ୍ଡିଆ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜେ (ଇମ୍ଫା) ଲିମିଟେଡ୍‌ ଏବଂ ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି...

ଫେବୃଆରୀ ୨୮ରୁ ଇଣ୍ଡ୍‌ପ୍ଲାସ୍‌-୨୫

ଭୁବନେଶ୍ୱର,୧୯।୧୨: ଇଣ୍ଡିଆନ୍‌ ପ୍ଲାଷ୍ଟିକ୍‌ ଫେଡେରେଶନ (ଆଇପିଏଫ୍‌)ର ବହୁ ପ୍ରତୀକ୍ଷିତ ବି୨ବି କାର୍ଯ୍ୟକ୍ରମ ତଥା ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ପ୍ରଦର୍ଶନୀ ‘ଇଣ୍ଡ୍‌ପ୍ଲାସ୍‌-୨୫’ର ୧୦ମ ସଂସ୍କରଣ କୋଲକାତାର ବିଶ୍ୱ ବାଙ୍ଗଳା...

ପାକିସ୍ତାନୀ ବେଟିଂ ଆପ୍ ପ୍ରମୋସନ କରୁଛନ୍ତି ଭାରତୀୟ ସେଲିବ୍ରେଟି

ନୂଆଦିଲ୍ଲୀ,୧୮ା୧୨: ଭାରତରେ ଚାଲିଛି ପାକିସ୍ତାନୀ ବେଟିଂ ଆପ୍ ମାଲିକଙ୍କ ରାଜୁତି। ଟଙ୍କା ଦେଇ ଭାରତୀୟ ସେଲିବ୍ରେଟିଙ୍କୁ ବନାଇଛନ୍ତି ମୋହରା। ସାମାଜିକ ଗଣାମଧ୍ୟରେ ଚାଲିଛି ଜୋରଦାର ପ୍ରଚାର।...

ନଡ଼ିଆ ତେଲ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଉପକୃତ ହେବେ ସାଧାରଣ ଲୋକ

ନୂଆଦିଲ୍ଲୀ,୧୮ା୧୨: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ନଡ଼ିଆ ତେଲକୁ ମହଙ୍ଗା ହେବାରୁ ଅଟକାଇ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ସଞ୍ଜୟ କୁମାର ଏବଂ...

ଟିପିସିଓଡିଏଲ୍‌ର ଗୁଣବତ୍ତା ମାସ

ଭୁବନେଶ୍ୱର,୧୮।୧୨(ଅଭୟ ଦାଶ): ଟି ପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଗୁଣବତ୍ତା ମାସ-୨୦୨୪’ ନିକଟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର...

‘ରିଓନ୍‌’ର ନେଟ୍‌ୱର୍କ ସମ୍ପ୍ରସାରଣ

ନୂଆଦିଲ୍ଲୀ,୧୮।୧୨: ରୟାଲ ଏନ୍‌ଫିଲ୍ଡ (ଆର୍‌ଇ)ର ପ୍ରି-ଓନ୍‌ଡ ମୋଟରସାଇକେଲ ବ୍ୟବସାୟ ‘ରିଓନ୍‌’ର ନେଟ୍‌ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତର ୨୩୬ ସହରର ଗ୍ରାହକ ଓ...

ଜୟଆଲୁକ୍କାସ୍‌ର ଏନ୍‌ଆର୍‌ଆଇ ସୁନା ଫେଷ୍ଟ

ଭୁବନେଶ୍ୱର,୧୮।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ ଜୁଏଲର୍ସର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଏନ୍‌ଆର୍‌ଆଇ ସୁନା ଫେଷ୍ଟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ନିବେଶକ ହରାଇଲେ ୨ ଲକ୍ଷ କୋଟି

ମୁମ୍ବାଇ,୧୮।୧୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାର୍କେଟ କାରବାର ଉପରେ ପଡୁଛି। ଏପରିକି କ୍ରମାଗତ ଭାବେ ଘରୋଇ ଶେୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri