Categories: ଜାତୀୟ

ଦିଲ୍ଲୀର ପଞ୍ଜିକୃତ ନିର୍ମାଣ ଶ୍ରମିକ ଡିଟିସି, କ୍ଲଷ୍ଟର ବସ୍‌ରେ ମାଗଣାରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ,୫ ।୫: ରାଜଧାନୀ ଦିଲ୍ଲୀର ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକ ଏଣିକି ଡିଟିସି ଓ କ୍ଲଷ୍ଟର ବସରେ ମାଗଣାରେ ଯାତ୍ରା କରିପାରିବେ । ବୁଧବାର ଦିଲ୍ଲୀ ସରକାର ଏମିତି ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ମାଗଣା ବସ୍ ପାସ ଯୋଗାଇ ଦେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀ ମନିଷ ସିସୋଡିଆ ୧୦୦ ନିର୍ମାଣ ଶ୍ରମିକଙ୍କୁ ବସ ଯାତ୍ରା ପାସ ଦେଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ନିର୍ମାଣ ଶ୍ରମିକ ରାଷ୍ଟ୍ରର ନିର୍ମାତା ଓ ଦେଶର ଆର୍ଥିକ ବିକାଶରେ ମହତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଆନ୍ତି । ସରକାର ଏହି ରାଷ୍ଟ୍ର ନିର୍ମାତାଙ୍କ ସେବା କରିବାକୁ ପ୍ରତିବଦ୍ଧ ଅଟେ । ବାବା ସାହେବ ଆମ୍ବେଦକର କହୁଥିଲେ ଯାହାକୁ ଭଗବାନଙ୍କ ନିକଟରୁ କମ୍ ମିଳିଛି, ତାଙ୍କ ପାଇଁ ସରକାର ଭଲଭାବେ କାମ କରିବାକୁ ଲାଭକାରୀ ଯୋଜନା ପ୍ରସ୍ତୁତ କରନ୍ତୁ । ବାବା ସାହେବଙ୍କ ଏହି କଥାକୁ ପୂରଣ କରିବାକୁ ଦିଲ୍ଲୀ ସରକାର ନିର୍ମାଣ ଶ୍ରମିକଙ୍କୁ ସହଯୋଗ କରିବାର କାମ କରୁଛି ।

Share