Categories: ଜାତୀୟ

କରୋନାରେ ଆଶୁ ଗର୍ଗଙ୍କ ପରଲୋକ

ନୂଆଦିଲ୍ଲୀ,୭।୬: କରୋନା ଯୋଗୁ ଦେଶରେ ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ପରଲୋକ ଘଟିଛି। ଏହି କ୍ରମରେ ଶୁକ୍ରବାର ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାର୍‌ ଜେନେରାଲ ଆଶୁ ଗର୍ଗଙ୍କ ଜୀବନ ନେଇଛି କରୋନା। ପ୍ରଶାସନିକ ସିଭିଲ୍‌ ଜଜ୍‌ ଶିରିଶ ଅଗ୍ରଓ୍ବାଲ ଏନେଇ ସୂଚନା ଦେଇଛନ୍ତି।
୨୦୦୫ରେ ଆମିଟି ଲ ସ୍କୁଲରୁ ଗର୍ଗ ତାଙ୍କର ବିଏ.ଏଲଏଲବି କରିଥିଲେ। ପରବର୍ତ୍ତୀ ସମୟରେ ସେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଏଲଏଲଏମ କରିଥିଲେ। ସେ ଭାରତୀୟ ଆଇନ ପ୍ରତିଷ୍ଠାନ, ଦିଲ୍ଲୀରୁ Intellectual Property Rightରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଏବଂ ଦିଲ୍ଲୀର ଆମିଟି ଲ ସ୍କୁଲରୁ ସାଇବର ଲ’ରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ମଧ୍ୟ କରିଥିଲେ।ଗର୍ଗ ଦିଲ୍ଲୀ ହାଇକୋର୍ଟରେ ଆଇନ ଗବେଷଣାକାରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୨୦୦୭ରେ ଦିଲ୍ଲୀ ଜୁଡିସିଆଲ ସର୍ଭିସରେ ଯୋଗ ଦେଇଥିଲେ ଏବଂ ନଭେମ୍ବର,୨୦୧୯ରେ ଦିଲ୍ଲୀ ଉଚ୍ଚ ନ୍ୟାୟିକ ସେବାକୁ ପଦୋନ୍ନତି ପାଇଥିଲେ। ଜଣେ ଜୁଡିସିଆଲ ଅଫିସର ଭାବରେ ସେ ସିଭିଲ ଜଜ, ମହାନଗର ମାଜିଷ୍ଟ୍ରେଟ୍‌ ଅତିରିକ୍ତ ବରିଷ୍ଠ ସିଭିଲ ଜଜ, ଅତିରିକ୍ତ ମୁଖ୍ୟ ମହାନଗର ମାଜିଷ୍ଟ୍ରେଟ୍‌ ଏବଂ ମୁଖ୍ୟ ମହାନଗର ମାଜିଷ୍ଟ୍ରେଟ୍‌ (କେନ୍ଦ୍ରୀୟ) କାର୍ଯ୍ୟ କରିଥିଲେ॥ ୧୪ ଜାନୁଆରୀ ୨୦୨୦ରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ପ୍ରିନ୍ସିପାଲ ବେଞ୍ଚ) ଭାବରେ ଗର୍ଗ ଏନଜିଟିରେ ଯୋଗ ଦେଇଥିଲେ।

 

Share