ଗତ ବର୍ଷ ତୁଳନାରେ ପଞ୍ଜୀକରଣ ୧୩ % ବୃଦ୍ଧି

ଭୁବନେଶ୍ୱର ୯।୯(ବ୍ୟୁରୋ): ୨୦୨୦-୨୧ ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜୀକରଣ ଗତବର୍ଷ ତୁଳନାରେ ୧୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦-୨୧ରେ ଖରିଫ୍‌ ଧାନ ସଂଗ୍ରହ ପାଇଁ ଏ ପର୍ଯ୍ୟନ୍ତ ୧୪ ଲକ୍ଷ ୨ ହଜାର ୨୦୫ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି ା ୨୦୧୯-୨୦ ରେ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ ା ସରକାରଙ୍କ କୋଭିଡ ଗାଇଲଲାଇନ ପାଳନ କରି ପ୍ୟାକ୍ସ ଓ ଲ୍ୟାମ୍ପ୍ସ ମାଧ୍ୟମରେ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଛି। ଗତବର୍ଷ ତୁଳନାରେ ୧ ଲକ୍ଷ ୬୬ ହଜାର ୨୯୭ ଜଣ ଅଧିକ ଚାଷୀ ଖରିଫ୍‌ ଧାନ ବିକିବା ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ରାଜ୍ୟରେ ଖରିଫ୍‌ ଧାନ ସଂଗ୍ରହ ପାଇଁ ୨୮୫୨ଟି ପ୍ରାଥମିକ ସମବାୟ ସମିତି ଜରିଆରେ ନାମ ପଞ୍ଜୀକରଣ କାର୍ଯ୍ୟ କରାଯାଉଛି ା ଗତବର୍ଷ ତୁଳନାରେ ରାଜ୍ୟରେ ନାମ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ପାଉଛି। ନୂଆପଡ଼ା ଜିଲାରେ ୩୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବଲାଙ୍ଗୀର ଓ ଯାଜପୁର ଜିଲାରେ ୨୯,ମୟୂରଭଞ୍ଜରେ ୨୮, ଝାରସୁଗୁଡ଼ାରେ ୨୩, ଦେବଗଡ଼ରେ ୨୨, ଭଦ୍ରକରେ ୨୦ ଓ ଢେଙ୍କାନାଳରେ ୧୯ ପ୍ରତିଶତ ବୃଦ୍ଧି ପାଇଛି ା

Share