ଇ-ଶ୍ରମ ପୋର୍ଟାଲରେ ୨୫ କୋଟି ଶ୍ରମିକଙ୍କ ପଞ୍ଜିକରଣ…

ନୂଆଦିଲ୍ଲୀ, ୫।୨ : ଇ-ଶ୍ରମ ପୋର୍ଟାଲରେ ଦେଶର ୨୫ କୋଟି ଶ୍ରମିକ ପଞ୍ଜିକରଣ କରିଛନ୍ତି। ଶ୍ରମିକ ପଞ୍ଜିକରଣ କ୍ଷେତ୍ରରେ ମଧ୍ୟପ୍ରଦେଶ ଆଗରେ ରହିଛି। ଏହା ପଛକୁ ଦ୍ୱିତୀୟରେ ମହାରାଷ୍ଟ୍ର, ତୃତୀୟରେ ରାଜସ୍ଥାନ, ଚତୁର୍ଥରେ କର୍ନାଟକ ରହିଛି। ଶେଷରେ ଗୁଜରାଟ ରହିଛି। ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଉତ୍ତରପ୍ରଦେଶର ୩.୮୧ କୋଟି ଶ୍ରମିକ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି। ପୋର୍ଟାଲରେ ୫୨.୭୭ ପ୍ରତିଶତ ମହିଳା ଥିବାବେଳେ ୪୬.୨୩ ପୁରୁଷ ଶ୍ରମିକ ଅଛନ୍ତି। ସେମାନେ ବିଭିନ୍ନ କମନ୍‌ ସର୍ଭିସ୍‌ ସେଣ୍ଟର ମାଧ୍ୟମରେ ପଞ୍ଜିକରଣ କରିଛନ୍ତି।

ସେମାନଙ୍କ ମଧ୍ୟରେ ରାସ୍ତା ଭେଣ୍ଡର, ରିକ୍ସାଚାଳକ, ପୋଷାକ ସଫା କରୁଥିବା ବ୍ୟକ୍ତି ବିଶେଷ. ଟେଲର, ଜୋତା ମରାମତି କାରିଗର, ଫଳ ବିକାଳି, କ୍ଷୀର ବିକାଳି ଆଦି ରହିଛନ୍ତି। ଏହି ପୋର୍ଟାଲରେ ପଞ୍ଜିକରଣ କରିଥିବା ଶ୍ରମିକଙ୍କୁ ସରକାର ମାସିକ ୫୦୦ ଟଙ୍କାର ଭତ୍ତା ପ୍ରଦାନ କରିଥାନ୍ତି। ଏବେ ଏହାର ତୃତୀୟ କିସ୍ତି ଯୋଗାଇ ଦିଆଯିବ।

Share