Categories: ଜାତୀୟ

ବାଲ୍ୟ ବିବାହର ପଞ୍ଜିକରଣ ମାସେ ମଧ୍ୟରେ ଜରୁରୀ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିି ନେଇ ବିରୋଧୀଙ୍କ ପ୍ରତିବାଦ …

ଜୟପୁର,୧୮।୯: ଏଣିକି ରାଜ୍ୟରେ ବାଲ୍ୟ ବିବାହର ପଞ୍ଜିକରଣ ମାସେ ମଧ୍ୟରେ କରିବା ବାଧ୍ୟତାମୂଳକ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କପକ୍ଷରୁ ବିବାହ ପଞ୍ଜିକରଣ ଅନିବାର୍ଯ୍ୟ ଆଇନ-୨୦୨୧କୁ ସଂଶୋଧନ କରିଛନ୍ତି। ୧୮ ବର୍ଷରୁ କମ୍‌ ବୟସ୍କ ଯୁବତୀ ଏବଂ ୨୧ବର୍ଷରୁ କମ୍‌ ବୟସ୍କ ଯୁବକଙ୍କ ବିବାହ କ୍ଷେତ୍ରରେ ପଞ୍ଜିକରଣ ମାସେ ମଧ୍ୟରେ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏହାକୁ ନେଇ ରାଜ୍ୟ ଭାଜପା ପକ୍ଷରୁ ରାଜ୍ୟ କଂଗ୍ରେସ ସରକାରଙ୍କୁ  ଘେରିବା ଆରମ୍ଭ ହୋଇଛି। ରାଜ୍ୟ ସରବାର ବାଲ୍ୟ ବିବାହକୁ ସମର୍ଥନ କରୁଥିବା ଭାଜପା କହିଛି।

ଏନେଇ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରିଓ୍ବାଲ କହିଛନ୍ତି ଯେ, ସରକାର ବାଲ୍ୟ ବିବାହକୁ ସମର୍ଥନ କରୁ ନାହାନ୍ତି। ଏହି ସଂଶୋଧନ ବାଲ୍ୟ ବିବାହ ଆଇନ ଅନୁସାରେ ବୈଧ ବୋଲି ସୂଚିତ କରୁନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏହି ସଂଶୋଧନ ନେଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାର ଅଡୁଆରେ ପଡ଼ିଛନ୍ତି।

ଭାଜପା ବିଧାୟକ ଅଶୋକ ଲାହୋଟି ଏହି ବିଧେୟକକୁ ରାଜ୍ୟ ବିଧାନସଭା ଇତିହାସରେ କଳା ଅଧ୍ୟାୟ ଲେଖଛି ବୋଲି ଅଭିଯୋଗ କରିଛନ୍ତି।

Share